କୋରାପୁଟ ଜିଲ୍ଲା ପୂର୍ବତନ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ରାଜ୍ୟ ସରକାର ଉପନିର୍ଦ୍ଦେଶକ ପାହ୍ୟାରେ କାର୍ଯ୍ୟରତ କୋରାପୁଟ ଜିଲ୍ଲାର ପୂର୍ବତନ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଶ୍ରୀ ମହାନ୍ତିଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆସିବାପରେ ରାଜ୍ୟ ଭିଜିଲାନ୍ସ ତାଙ୍କ ଉପରେ ସତର୍କ ଦୃଷ୍ଟି ରଖିଥିଲା ।

ଜୁଲାଇ ୨ ତାରିଖରେ ଶ୍ରୀ ମହାନ୍ତି ଭୁବନେଶ୍ୱର ଫେରୁଥିବା ସମୟରେ ଭିଜିଲାନ୍ସ ଚଢାଉ କରି ତାଙ୍କଠାରୁ ନଗଦ ୧୧ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିବା ବେଳେ ସେ ତାହାର ହିସାବ ଦେଇପାରିନଥିଲେ । ସେହିଦିନ ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଶ୍ରୀ ମହାନ୍ତିଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ଏହାପରେ ସରକାରୀ ନିୟମ ଅନୁଯାୟୀ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କର ସାଢେ ୩କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଭିଜିଲାନ୍ସ ଠାବ କରିଛି । ଅନୈତିକ କାର୍ଯ୍ୟକଳାପ, ସଚ୍ଚୋଟତାର ଅଭାବ ଓ ଅପାଗତା ଆଦିକୁ ଦୃଷ୍ଟିରେ ରଖି ଜିରୋ ଟଲେରାନ୍ସ ନୀତି ଆଧାରରେ ରାଜ୍ୟସରକାର ଶ୍ରୀ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିବାବେଳେ ତୁରନ୍ତ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଇଛି । 

Related Posts