ଗ୍ରାମ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ କୋରୋନା

ମହାମାରୀ କରୋନା ଆତଙ୍କ ରାଜ୍ୟରେ ଜାରି ରହିଛି । ଓଡ଼ିଶା ସରକାରର ପ୍ରଥମ ମନ୍ତ୍ରୀ ଭାବେ ଗ୍ରାମ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ କୋରୋନା ପଜେଟିଭ ଭାବେ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ହେବା ପରେ ଏ ନେଇ ନିଜେ ଟ୍ବିଟ୍‌ କରି ଜଣାଇଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ । ‘ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି, ବର୍ତ୍ତମାନ ମୁଁ ସୁସ୍ଥ ଅଛି। ନିକଟରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଅନୁରୋଧ, ସେମାନେ ଆଇସୋଲେସନରେ ରହି କରୋନା ଟେଷ୍ଟ କରାଇ ନିଅନ୍ତୁ’।

Related Posts