ଭୁବନେଶ୍ୱର,୦୫/୭(ସତ୍ୟପାଠ ବ୍ୟୁରୋ): କାକଟପୁରର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ଦେହାନ୍ତ। ୯୩ ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦିନରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ ସୁରେନ୍ଦ୍ରନାଥ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ସେ ଘନିଷ୍ଠ ସହଯୋଗୀ ଥିଲେ। ଏମିତିକି କାକଟପୁରରୁ ୭ ଥରର ବିଧାୟକ ହୋଇଥିଲେ।
ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରିଛନ୍ତି। ପରଲୋକଗତ ଆତ୍ମାର ସଦଗତି କାମନା ସହ ଶୋକ ସଂତପ୍ତ ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି। ତାଙ୍କ ମୃତ୍ୟୁରେ ସବୁଠି ଶୋକ ପ୍ରକାଶ ପାଇଛି।
ସୁରେନ୍ଦ୍ରନାଥ ନାୟକଙ୍କ ମୃତଦେହକୁ ଭୁବନେଶ୍ୱରସ୍ଥିତ ଘରୁ ପ୍ରଥମେ ଅଶୋକ ନଗର ନିଆଯିବ। ସେଠାରେ ସେ ନିଜ ରାଜନୈତିକ କାର୍ଯ୍ୟକ୍ରମ କରୁଥିଲେ। ଏହାପରେ ସେଠାରୁ ମରଶରୀରକୁ ବିଧାନସଭା ଓ ପରେ ସଚିବାଳୟ ନିଆଯିବ। ସେଠାରେ ଉପସ୍ଥିତ ଲୋକେ ସୁରେନ୍ଦ୍ରନାଥ ନାୟକଙ୍କ ଶେଷ ଦର୍ଶନ କରିବେ।
ଏହାପରେ ତାଙ୍କ ମର ଶରୀରକୁ ପିପିଲି ଦେଇ ନିମାପଡ଼ା, ଗୋପ, କୋଣାର୍କ, କାକଟପୁର, ଅସ୍ତରଙ୍ଗ ନିଆଯିବ। ସେଠାରେ ସମର୍ଥକମାନେ ନିଜ ପ୍ରିୟ ନେତାଙ୍କୁ ଶେଷ ଥର ପାଇଁ ଦେଖିବେ। ଏହାପରେ ସେଠାରୁ ମୃତଦେହକୁ ନିଜ ପୈତୃକ ଗାଁ ଅଣକଣାକୁ ନେଇ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରିବେ ପରିବାର ସଦସ୍ୟ।