ଚେନ୍ନାଇରେ ଲଜ୍ୟା: ୧୩ ବର୍ଷୀୟା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରି ବେଶ୍ୟାଳୟକୁ ପଠାଇବା ଅଭିଯୋଗରେ ୮ ଜଣଙ୍କୁ ଆଜୀବନ କାରାଦଣ୍ଡ

ଚେନ୍ନାଇ: ଚେନ୍ନାଇରେ ଲଜ୍ୟା । ଜଣେ ୧୩ ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ କରି ତାକୁ ବେଶ୍ୟାଳୟକୁ ପଠାଇବା ଅଭିଯୋଗ ହୋଇଛି । ଏନେଇ ପୋକ୍ସୋ ଅଦାଲତ ୮ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛି। ଏହା ସହ ଜଣେ ପୁଲିସ୍‌ ନୀରିକ୍ଷକ, ଜଣେ ଭାଜପା କାର୍ଯ୍ୟକତା ଓ ଜଣେ ସାମ୍ବାଦିକଙ୍କର ଏହି ମାମଲାରେ ସଂପୃକ୍ତି ଥିବାରୁ ତାଙ୍କୁ ୨୦ ବର୍ଷ ଲେଖାଏ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଅଦାଲତ ଏହି ମାମଲାରେ ଏବେ ସୁଦ୍ଧା ସମୁଦାୟ ୧୩ ଜଣଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି।

ବି‌‌ଶେଷ ଅଦାଲତ ସେପ୍ଟେମ୍ବର ୧୫ ତାରିଖରେ ଏହି ମାମଲା‌ରେ ୨୧ ଜଣଙ୍କୁ ଦେଷୀ ସାବ୍ୟସ୍ତ କରିଥିଲେ। ଏବେ ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କର ଦଣ୍ଡ ଶୁଣାଣି ହୋଇଛି। ଦୋଷୀମାନଙ୍କର ଦଣ୍ଡ ଶୁଣାଣି କରିବା ସହ ଅଦାଲତର ଅଧ୍ୟକ୍ଷା ଏମ୍‌ ରାଜଲକ୍ଷ୍ମୀ ରାଜ୍ୟ ସରକାରଙ୍କୁ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ‌ଦେଇଛନ୍ତି। ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଦୋଷୀମାନଙ୍କ ମଧ୍ୟରେ ପୀଡ଼ିତାଙ୍କ ସାବତ ବାପା ଓ ମାଆ ଅଛନ୍ତି।

ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗକୁ ଭିତ୍ତିକରି ୨୦୨୦ ମସିହାରେ ବାର୍ଷମେନପେଟ ମହିଳା ଥାନାରେ ୨୬ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ୨୦୨୦ ନଭେମ୍ବର ମାସରେ ୫୬୦ ପୃଷ୍ଟାର ଏକ ଅଭିଯୋଗ ପତ୍ର ଦାଖଲ ହୋଇଥିଲା। ପୁଲିସ୍‌ ସୂଚନାନୁସାରେ ଏମାନଙ୍କ ମଧ୍ୟରୁ ୪ ଜଣ ଅଭିଯୁକ୍ତ କେଉଁ ଆଡ଼େ ଫେରାର୍‌ ହୋଇଯାଇଛନ୍ତି ଓ ଜଣଙ୍କର ମୃତ୍ୟୁ ଘଟିଛି।

Related Posts