ଆଶୀର୍ବାଦଙ୍କୁ ଅଭିଷାପ

ଚିଟ୍‌ଫଣ୍ଡ କେଳେଙ୍କାରୀ ମାମଲାରେ ପୁଣି ଚେଇଁ ଉଠିଛି ସିବିଆଇ । ଅର୍ଥତତ୍ତ୍ବ ଚିଟ୍‌ଫଣ୍ଡ ଠକେଇ ମାମଲାରେ ପୂର୍ବତନ OCA ସମ୍ପାଦକ ଆଶୀର୍ବାଦ ବେହେରା ଓ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ଗିରଫ କରିଛି CBI। NBW ବଳରେ ଆଜି ସକାଳୁ ଆଶୀର୍ବାଦଙ୍କ ଘରେ ଚଢ଼ାଉ କରିଥିଲା ସିବିଆଇ ।

2012ରେ ରଣଜୀ ଟ୍ରଫି ଏବଂ ଓଡ଼ିଶା ପ୍ରିମିୟର ଲିଗ୍‌ରେ ପ୍ରାୟୋଜକ  ଥିଲା ଏଟି ଗ୍ରୁପ୍ । ସେତେବେଳେ କମ୍ପାନିର ପ୍ରମୋସନ ପାଇଁ ଆଶୀର୍ବାଦ AT ଗ୍ରୁପ୍‌ଠାରୁ କୋଟିଏ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଗତ ଅଗଷ୍ଟ 29 ତାରିଖରେ ଆଶୀର୍ବାଦ ବେହେରାଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିଲା ସିବିଆଇ । 2014ରେ ଆଶୀର୍ବାଦ ବେହେରା, ତାଙ୍କ ପୁଅ, ଜ୍ବାଇଁ ଓ କମଳାକାନ୍ତ ଦାସଙ୍କୁ ବି ଜେରା କରିଥିଲା CBI ।

Related Posts