ଜେଇଇ ମେନ୍ ରେଜଲ୍ଟ ପ୍ରକାଶ: ସୈାରଭ ସୈାମ୍ୟକାନ୍ତ ଓଡ଼ିଶା ଟପ୍ପର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ପ୍ରକାଶ ପାଇଲା ଜେଇଇ ମେନ୍ -୧ ପରୀକ୍ଷା ଫଳ । ଏଥିରେ ୯ଜଣ ପ୍ରାର୍ଥୀ ୧୦୦ ପ୍ରତିଶତ ମାର୍କ ସହ କୃତକାର୍ଯ୍ୟ ହୋଇଥିବା ବେଳେ ସୈାରଭ ସୈାମ୍ୟକାନ୍ତ ଦାସ ୯୯.୯୯% ମାର୍କ ରଖି ଓଡ଼ିଶାର ଟପ୍ପର ହୋଇଛନ୍ତି ।

ଜାନୁଆରୀ ୭ରୁ ୯ ତାରିଖ ଯାଏଁ ହୋଇଥିଲା ପରୀକ୍ଷା । ଅଫିସିଆଲ ୱେବସାଇଟ jee-main.nic.in ଏବଂ jeemain.nta.nic.in ରେ ପାରୀକ୍ଷା ଫଳ ଉପଲବ୍ଧ । ସର୍ବଭାରତୀୟ ସ୍ତରରେ ହୋଇଥିବା ଏହି ପରୀକ୍ଷା ପାଇଁ ୧୧ ଲକ୍ଷଯରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜିକୃତ ହୋଇଥିଲେ । ଦିଲ୍ଲୀର ନିଶାନ୍ତ ଅଗ୍ରୱାଲଙ୍କ ସମେତ ଗୁଜୁରାଟ ଓ ହରିଆନାରୁ ଜଣେ ଲେଖାଏଁ ଓ ଆନ୍ଧ୍ରପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନାରୁ ୨ଜଣ ଲେଖାଏଁ 100% ମାର୍କ ରଖି ସଫଳ ହୋଇଛନ୍ତି ।

 

Related Posts