ସିଏମ୍ ନିତିଶଙ୍କ ସହ ବିବାଦ ମଧ୍ୟରେ ଜେଡିୟୁରୁ ଇସ୍ତଫା ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରସିପି ସିଂ, ନିଜ ଦଳ ଗଢ଼ିବା ନେଇ କଲେ ଘୋଷଣା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରସିପି ସିଂ ଜେଡିୟୁର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏହା ପୂର୍ବରୁ ଶନିବାର ସକାଳେ ଜେଡିୟୁ ତାଙ୍କ ଉପରେ ଦୁର୍ନୀତିର ଅଭିଯୋଗ ଆଣିଥିଲା । ଏହାସହ ନୋଟିସ ପଠାଇ ଏହା ଉପରେ ଜବାବ ମଧ୍ୟ ମାଗିଥିଲା ଦଳ। ନିଜ ଗାଁରୁ ଇସ୍ତଫା ଘୋଷଣା କରି ଆରସିପି ସିଂ ଜେଡିୟୁକୁ ଏକ ବୁଡୁଥିବା ଜାହାଜ ସହ ତୁଳନା କରିଛନ୍ତି । ଆରସିପି ସିଂ ମୁସ୍ତଫାପୁରରେ ଏକ ସାମ୍ୱାଦିକ ସମ୍ମିଳନୀ କରି ଦଳ ଛାଡିବା ନେଇ ଘୋଷଣା କରିଛନ୍ତି। ଏହାସହ ନିଜର ଦଳ ଗଠନ କରିବା କଥା ମଧ୍ୟ ଘୋଷଣା କରିଛନ୍ତି।

ଏହା ପୂର୍ବରୁ ଜେଡିୟୁ ତାଙ୍କ ଉପରେ ଅଭିଯୋଗ ଆଣି ରାଜ୍ୟସଭା ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀ ଥିବା ସମୟରେ ସେ ଅଚଳାଚଳ ସମ୍ପତ୍ତି ଠୁଳ କରିଥିବା କହିଥିଲା । ଏହି ଅର୍ଥ ସବୁ ଭୁଲ ମାର୍ଗରେ ଅର୍ଜନ କରାଯାଇଥିବା ଦଳ ଅଭିଯୋଗ କରିଥିଲା।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟସଭାର ସଦସ୍ୟତା ଶେଷ ହେବା ପରେ ଆରସିପି ସିଂ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତେବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଆରସିପି ସିଂଙ୍କ ମଧ୍ୟରେ କିଛି ମାସ ଧରି ବିବାଦ ଅଧିକ ହୋଇଥିଲା । ଏହି କାରଣରୁ ମନ୍ତ୍ରୀ ପଦ ଯିବା ପରେ ତାଙ୍କ ନିଜ ଦଳ ଏତେ ବଡ଼ ଅଭିଯୋଗ ଲଗାଇବା ଅନେକ ପ୍ରଶ୍ନ ସୃଷ୍ଟି କରିଛି।

Related Posts