ଋଷ ଓ ୟୁକ୍ରେନ ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ବଡ ବୟାନ: ତାଇଓ୍ୱାନ ଆଗାମୀ ଦିନରେ ଦେଖିବ ଯୁଦ୍ଧ

ଋଷ ଓ ୟୁକ୍ରେନ ଲାଗି ରହିଛି ଯୁଦ୍ଧ | ରୁଷ ସେନା ଲଗାତାର ଭାବେ ୟୁକ୍ରେନ ଉପରେ ଆକ୍ରମଣ କରୁଥିବା ବେଳେ, ଯାହାର କଡା ଜବାବ ଦଉଛି ୟୁକ୍ରେନ ସେନା | ତେବେ ଏବେ ଏହି ଦେଶ ଉପରେ ସାରା ବିଶ୍ୱର ନଜର ଥିବା ବେଳେ, ଏହାରି ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ ବୟାନ ଦେଇଛନ୍ତି । ତାଇଓ୍ୱାନ ଆଗାମୀ ଦିନରେ ଯୁଦ୍ଧ ଦେଖିବ । ଚୀନ ତାକୁ କବଜା କରିନେବ ବୋଲି ସେ କହିଛନ୍ତି । ଫକ୍ସ ବିଜନେସକୁ ଦେଇଥିବା ସାକ୍ଷାତକାରରେ ସେ ଏହା ପ୍ରକାଶ କରିଛନ୍ତି ।

ଟ୍ରମ୍ପ କହିଛନ୍ତି ଯେ, ତାଇଓ୍ୱାନ ଉପରେ ଚୀନ ଅତିଶୀଗ୍ର ଆକ୍ରମଣ କରିବ । ଏନେଇ ଯୋଜନା ପ୍ରସ୍ତୁତ ସରିଛି । ଏହାସହ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସମାଲୋଚନା କରି ସରକାର ମୁର୍ଖଙ୍କୁ ଧରି ଚାଲିଥିବା କହିଛନ୍ତି ।

ଟ୍ରମ୍ପ ଆହୁରି କହିଛନ୍ତି ଯେ, ଆମେରିକାର ନେତା ମଜବୁତ ନୁହେଁ । ତେଣୁ ଚୀନ ଓ ଋଷ ନାଲିଆଖି ଦେଖାଉଛନ୍ତି । ଚାଇନା ଗଭୀରତାର ସହ ଋଷ ଓ ୟୁକ୍ରେନ ଯୁଦ୍ଧକୁ ଦେଖୁଛି । ରାଷ୍ଟ୍ରପତି ସି ଜିନପିଙ୍ଗ୍ ଆମେରିକାର ନୀରବତାରୁ ଫାଇଦା ନେବାକୁ ଅନେଇ ବସିଛନ୍ତି । ଆଫଗାନିସ୍ତାନକୁ ତାଲିବାନ କବଜା କରିବା ବେଳେ ବି ଆମେରିକା ଚୁପ୍ ବସିଥିଲା ।

ସେ ଆହୁରି କହିଛନ୍ତି ଯେ, ଜିନପିଙ୍ଗ୍ ବହୁତ ଚାଲାକ । ସେ ଆଫଗାନିସ୍ତାନରେ କଣ ହେଲା ନିଜେ ପରଖିଛନ୍ତି । ଏହାକୁ ସେ ତାଇଓ୍ୱାନ ବିରୋଧରେ ବ୍ୟବହାର କରିବେ । ଆମେରିକା କିପରି ଆଫଗାନିସ୍ତାନରେ ନିଜ ନାଗରିକଙ୍କୁ ଛାଡି ପଳାଇ ଆସିଥିଲା ତାହା ମଧ୍ୟ ଜିନପିଙ୍ଗ୍ ଦେଖିଛନ୍ତି ।

Related Posts