
କଟକ(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଚୋରି, ଠକେଇ ରୋକିବାରେ ପୁଲିସ ଦୁର୍ବଳ । ଅର୍ଥାତ ସମ୍ପତ୍ତିଜନିତ ଅପରାଧିକ ମାମଲାରେ ଅପରାଧୀମାନଙ୍କୁ ଠାବ କରିବା କ୍ଷେତ୍ରରେ କଟକ ପୁଲିସ ଦୁର୍ବଳ ପ୍ରଦର୍ଶନ କରୁଛି । ଏପରିକି ୨୦୧୭ ମସିହାରୁ ୨୦୨୦ ବର୍ଷରେ ଲଗାତର ଦୁର୍ବଳ ପ୍ରଦର୍ଶନ କରିଆସୁଛି । ମୁଖ୍ୟତଃ ସିନ୍ଧି ଚୋରି, ଚୋର, ଛିନତାଇ, ଠକେଇ ଭଳି ମାମଲାରେ ଯେଉର୍ ହାରରେ ମାମଲା ପଞ୍ଜିକରଣ ହୋଇଛି । ସେହି ହାରରେ ଅପରାଧୀଙ୍କୁ ଗିରଫ ଓ ମାମଲାର ଚାର୍ଜସିଟ ଦାଖଲ କ୍ଷେତ୍ରରେ ପୁଲିସ ପଛୁଆ ରହିଛି । ଏଭଳି ଅପରାଧ ୪ବର୍ଷ ମଧ୍ୟରେ ବିଭିନ୍ନ ଥାନାରେ ମୋଟ ୪,୧୧୫ଟି ରୁଜୁ ହୋଇଥିବାବେଳେ ୨,୭୫୨ ଅପରାଧୀଙ୍କୁ ପୁଲିସ ଗିରଫ କରିଛି । ସେପଟେ ରୁଜୁ ହୋଇଥିବା ମାମଲାରୁ ପୁଲିସ ୧୯୦୯ଟି ମାମଲାରେ କୋର୍ଟରେ ଚାର୍ଜସିଟ ଦାଖଲ କରିପାରଛି । ଅର୍ଥାତ ମାତ୍ର ୫୦ ପ୍ରତିଶତ ମାମଲାରେ ଚାର୍ଜସିଟ ହୋଇପାରିଛି । ଅନ୍ୟପଟେ ନିଦ୍ଧିଷ୍ଟ ଭାବେ ଏହି ଧରଣର ଅପରାଧରେ ଶତ ପ୍ରତିଶତ ଅପରାଧୀ ଗିରଫ ହେଉନଥିବା କମିସନରେଟ ପୁଲିସର ବାର୍ଷିକ ଅପରାଧ ସମୀକ୍ଷା ରିପୋର୍ଟ ଦର୍ଶାଉଛି ।
ଅପରାଧୀ ଗିରଫ ନହେବାରୁ ଆହୁରି ପାଖାପାଖି ୫୦ ପ୍ରତିଶତ ସମ୍ପତ୍ତି ଜବତ କରିବା ସମ୍ଭବପର ହୋଇପାରିନାହିଁ । ଅଭିଯୋଗକାରୀମାନେ ସେମାନଙ୍କ ଚୋରି କିମ୍ବା ଠକେଇ ହୋଇଥିବା ସମ୍ପତ୍ତି ଠିକ ସମୟରେ ଫେରି ପାଉନଥିବାରୁ ନିରାଶ ହେଉଛନ୍ତି । ଯାହାକି ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ୨୦୨୦ ମସିହାରେ ୧୬ଟି ଚାର୍ଜସିଟ ହୋଇଥିବାବେଳେ ୧୧୮ ଜଣଙ୍କୁ ଗିରଫ କରାଯାଇଥିଲା । ସେହିପରି ୫୪୨ଟି ଚୋରି ମାମଲାରୁ ୨୧୨ଟିରେ ଚାର୍ଜସିଟ ହୋଇଥିବାବେଳେ ୨୬୫ ଜଣ ଗିରଫ ହୋଇଛନ୍ତି । ୩୩୧ଟି ଠକେଇ ମାମଲାରୁ ୧୫୧ଟିରେ ଚାର୍ଜସିଟ ହୋଇଥିବା ହୋଇଥିବାବେଳେ ୭୬ ଜଣ ଗିରଫ ହୋଇଛନ୍ତି ।