ଭିଜିଲାନ୍ସ ହାତରେ ଖୋର୍ଦ୍ଧା ବେଗୁନିଆ ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ସଂଘମିତ୍ରା ସାହୁ

ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଆଉ ଜଣେ ସରକାରୀ ଅଧିକାରୀ । ଲାଞ୍ଚ ନେବା ସମୟରେ କାବୁ କରିଛି ଭିଜିଲାନ୍ସ । ଖୋର୍ଦ୍ଧା ବେଗୁନିଆ ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ସଂଘମିତ୍ରା ସାହୁ ଭିଜିଲାନ୍ସ ହାବୁଡରେ ପଡିଛନ୍ତି ।

ଲାଞ୍ଚ ନେଉଥିବା ବେଳେ ସଂଘମିତ୍ରାଙ୍କୁ ଧରିଛି ଭିଜିଲାନ୍ସ ଟିମ୍ ।

ତେବେ କନିଷ୍ଠ ଯନ୍ତ୍ରୀ ଜଣଙ୍କ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ତାଙ୍କୁ ମାଡି ବସିଛନ୍ତି ଭିଜିଲାନ୍ସ ଅଧିକାରୀ । ସେ ଏକ ବିଲ୍ କରାଇ ଦେବାକୁ ଲାଞ୍ଚ ନେଉଥିବା ଜଣାପଡିଛି ।

Related Posts