ଦଳୀୟ ପତାକା ଫିଙ୍ଗାକୁ ନେଇ ସଂଘର୍ଷ, ୪ମୃତ

ସତ୍ୟପାଠ ବ୍ୟୁରୋ : ପଶ୍ଚିମବଙ୍ଗରେ ଥମୁନି ରାଜନୈତିକ ହିଂସା । ଗୋଟିଏ ପଟେ ତୃଣମୂଳ କଂଗ୍ରେସ ଓ ବିଜେପିର ଶୀର୍ଷ ନେତୃତ୍ୱଙ୍କ ବାକଯୁଦ୍ଧ । ଆଉ ଏପଟେ କର୍ମୀଙ୍କ ଭିତରେ ଗଣ୍ଡଗୋଳ । ଶନିବାର ରାତିରେ ଏମିତି ଏକ ଗଣ୍ଡଗୋଳ ଘଟି ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଶନିବାର ପଶ୍ଚିମବଙ୍ଗରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ନଜାତ ଅଂଚଳରେ ଏହି ହିଂସାକାଣ୍ଡ ଘଟିଛି । ସେହି ଅଂଚଳରୁ ବିଜେପି ପତାକା କଢ଼ାଯିବାକୁ ନେଇ ସଂଘର୍ଷ ହୋଇଛି । ରାଜ୍ୟ ବିଜେପି ସାଧାରଣ ସଂପାଦକ ସାନ୍ତନ ବସୁ ପ୍ରତିକ୍ରିୟାରେ କହିଛନ୍ତି ଟିଏମସି କର୍ମୀ ବିଜେପି ପତାକା ଫିଙ୍ଗୁଥିବା ବେଳେ ଏହାକୁ ବିଜେପି କର୍ମୀ ବିରୋଧ କରିଥିଲେ । ଫଳରେ ଟିଏମସି କର୍ମୀ ଗୁଳିମାଡ କରିଥିଲେ । ଏଥିରେ ସୁକାନ୍ତ ମଣ୍ଡଳ, ପ୍ରଦୀପ ମଣ୍ଡଳ ଓ ଶଙ୍କର ମଣ୍ଡଳ ପ୍ରମୁଖ ତିନି କର୍ମୀଙ୍କ ମୃତ୍ୟୁ ହୋଇଥିବା ଦଳ ଅଭିଯୋଗ କରିଛି । ତେବେ ଟିଏମସିର ଜଣେ କର୍ମୀ ନିହତ ହୋଇଥିବା ଦଳ ଦାବୀ କରିଛି ।

Related Posts