
ଇଦରେ ବଡ ପରଦାରେ ମୁକ୍ତିଲାଭ କରିସାରିଛି ବଲିଉଡ ଫିଲ୍ମ ‘ଭାରତ’ । ସଲମାନ ଖାନ ଓ କ୍ୟାଟ୍ରିନା କୈଫ୍ ଅଭିନୀତ ଏହି ଫିଲ୍ମଟି ଏବେ ପ୍ରେକ୍ଷାଳୟରେ ରାଜ କରିବା ସହ ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରିଛି । ଅଲୀ ଆବାସ ଜାଫରଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ଫିଲ୍ମଟି ପୂର୍ବରୁ ସଲମାନ ଖାନ୍ଙ୍କ ଇଦ୍ରେ ରିଲିଜ୍ ହୋଇଥିବା ସବୁ ଫିଲ୍ମର ବକ୍ସ ଅଫିସ କଲେକସନ୍ ରେକର୍ଡକୁ ଭାଙ୍ଗି ଦେଇଛି। ଏହା ସଲମାନଙ୍କ ଅଭିନୀତ ପ୍ରଥମ ଫିଲ୍ମ ଯାହା ପ୍ରଥମ ଦିନରେ ସବୁଠାରୁ ଅଧିକ ଆୟ କରିଛି । ତେବେ ରିଲିଜ ହେବାର ତିନିଦିନରେ ଫିଲ୍ମଟି ବକ୍ସ ଅଫିସରେ ୨୨.୨୦ କୋଟି ବ୍ୟବସାୟ କରିଥିବା ବେଳେ ସାରା ଭାରତରେ ଏହା ୯୫.୯୦ କୋଟି ବ୍ୟବସାୟ କରିସାରିଛି । ଚତୁର୍ଥ ଓ ପଞ୍ଚମ ଦିନରେ ଏହା ଆହୁରି ଭଲ ବ୍ୟବସାୟ କରିବ ବୋଲି ଟ୍ରେଡ ଆନାଲିଷ୍ଟ ଅନୁମାନ କରିଛନ୍ତି ।