ଚୀନ ବିଦେଶ ମନ୍ତ୍ରୀଙ୍କ ସହ ଏସ.ଜୟଶଙ୍କରଙ୍କ ୩ ଘଣ୍ଟାର ବୈଠକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚୀନ ବିଦେଶ ମନ୍ତ୍ରୀଙ୍କ ସହ ଏସ.ଜୟଶଙ୍କରଙ୍କ ୩ ଘଣ୍ଟାର ବୈଠକ । ଭାରତ ଚୀନ ସୀମାକୁ ନେଇ ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୱିଙ୍ଗ ସହ ଦୀର୍ଘ ୩ ଘଣ୍ଟା ଧରି ଆଲୋଚନା କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି, ଭାରତ-ଚୀନ ସୀମାରେ ଶାନ୍ତି ହିଁ ଦୁଇ ଦେଶ ମଧ୍ୟରେ ସ୍ଥିର ଏବଂ ପରସ୍ପରର ସମ୍ପର୍କର ଆଧାର ହେବ। ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୱିଙ୍କ ସହ ସାକ୍ଷାତ କରିବା ପରେ ସେ ଏହି କଥା କହିଛନ୍ତି । ସେପଟେ ଚୀନ ବିଦେଶ ମନ୍ତ୍ରୀଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା ପରେ ବିଦେଶ ମନ୍ତ୍ରୀ ଜୟଶଙ୍କର କହିଥିଲେ, ବର୍ତ୍ତମାନର ଯେଉଁ ସ୍ଥିତି ରହିଛି, ସେଥିରେ ପ୍ରଗତି ଧିମେଇ ଯାଇଛି।

ଏହାକୁ କିପରି ଅଧିକ ଜୋରଦାର କରାଯାଇପାରିବ ସେ ଦୁଇ ନେତା ଆଲୋଚନା କରିଥିଲେ । ଏହାସହ ୨୦୨୦ ଏପ୍ରିଲ ମାସରେ ଚୀନ ପଦକ୍ଷେପ ପରେ ଯେଉଁ ଦ୍ୱିପାକ୍ଷିକ ସମ୍ପର୍କ ବିଗିଡିଛି ତାହା ଉପରେ ଆଲୋଚନା ହୋଇଛି। ଅନ୍ୟପଟେ ବିଦେଶ ମନ୍ତ୍ରୀ କହିଛନ୍ତି, ଗତ ଦୁଇ ବର୍ଷରେ ସୀମାରେ ଅଶାନ୍ତିର ପ୍ରଭାବ ଦୁଇ ଦେଶର ସମ୍ପର୍କ ଉପରେ ପଡିଛି। ସୀମାରେ ଶାନ୍ତି ଦୁଇ ଦେଶ ମଧ୍ୟରେ ସ୍ଥିର ଏବଂ ସହଭାଗୀତା ସମ୍ପର୍କର ଆଧାର ହେବ । ଏହାପୂର୍ବରୁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଚୀନ ବିଦେଶ ମନ୍ତ୍ରୀଙ୍କୁ ଭେଟିଥିଲେ।

Related Posts