ୟୁକ୍ରେନ୍‌ରେ ଫସିଥିବା ଛାତ୍ରଛାତ୍ରୀଙ୍କ ଉଦ୍ଧାର କାର୍ଯ୍ୟର ତଦାରଖ କରିବା ପାଇଁ ୟୁକ୍ରେନର ସୀମାନ୍ତ ଦେଶକୁ ଯିବେ ଚାରି କେନ୍ଦ୍ରମନ୍ତ୍ରୀ

ୟୁକ୍ରେନ୍‌-ଋଷ ମଧ୍ୟରେ ଚାଲୁଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନ୍‌ରେ ଫସିରହିଛନ୍ତି ଅନେକ ଭାରତୀୟ | ସେପଟେ ତାଙ୍କୁ ସୁରକ୍ଷିତ ଭାବେ ଭାରତ ଫେରାଇଆଣିବା ପାଇଁ କେନ୍ଦ୍ର ସରକାର ଅକ୍ଲାନ୍ତ ଉଦ୍ୟମ ଜାରି ରଖିଛନ୍ତି | ଲଗାତାର ଭାବେ ଜାରି ରହିଥିବା ଗୁଳି ବର୍ଷା ଓ ବୋମା ଆତଙ୍କ ମଧ୍ୟରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି | ସେପଟେ ଛାତ୍ରଛାତ୍ରୀ ମାନଙ୍କର ସମସ୍ୟା ବଢିଚାଲିଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ପୁଣି ଏକ ଉଚ୍ଚସ୍ତରୀୟ ଜରୁରୀ ବୈଠକ ଡାକିଛନ୍ତି।

ସୂଚନାନୁସାରେ, ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ଥଇଥାନ ପାଇଁ ଚାରିଜଣ କେନ୍ଦ୍ର ମନ୍ତ୍ରୀଙ୍କୁ ୟୁକ୍ରେନର ସୀମାନ୍ତ ଦେଶକୁ ପଠାଇବାକୁ ନିଷ୍ପତି ହୋଇଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରନ ରିଜିଜୁ ଏବଂ ଜେନେରାଲ ଭି.କେ. ଚାରିଜଣ କେନ୍ଦ୍ର ମନ୍ତ୍ରୀ ପଡୋଶୀ ଦେଶ ୟୁକ୍ରେନକୁ ପଠାଯିବ ଏବଂ ଛାତ୍ରଛାତ୍ରୀଙ୍କ ଥଇଥାନରେ ସହାୟତା କରିବେ ।

ୟୁକ୍ରେନରେ ଚାଲିଥିବା ପରିସ୍ଥିତିକୁ ନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ବୈଦେଶିକ ସଚିବ ହର୍ଷ ଶ୍ରୀଙ୍ଗଲା, କ୍ୟାବିନେଟ ସଚିବ ରାଜୀବ ଗୌବା ଏବଂ ବହୁ ବରିଷ୍ଠ ଅଧିକାରୀଙ୍କ ସହ ଦୀର୍ଘ ଘଣ୍ଟା ଧରି ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ। ସେଠାରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ଦେଶର ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ଆଲୋଚନା ହୋଇଥିଲା । ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ୟୁକ୍ରେନର ଦେଶ ପଡୋଶୀ ସହଯୋଗକୁ ଆହୁରି ବଢାଇବା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା ।

ଅନ୍ୟପଟେ ଭାରତୀୟ ମେଡିକାଲ ଛାତ୍ରଙ୍କ ସହ ମାରପିଟ ଓ ହିଂସାର ଖବର ସାମନାକୁ ଆସିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏ ସମ୍ପର୍କିତ ଏକ ଭିଡିଓ ଜାରି କରି ଚିନ୍ତା ପ୍ରକଟ କରିଛନ୍ତି । ଏହାସହ ସେମାନଙ୍କୁ ତୁରନ୍ତ ସେଠାରୁ ଉଦ୍ଧାର କରିବାକୁ ସରକାରଙ୍କୁ ଅପିଲ କରିଛନ୍ତି । ‘ୟୁକ୍ରେନରେ ଥିବା ଭାରତୀୟଙ୍କୁ ଆମେ ଛାଡିପାରିବୁ ନାହିଁ । ବିଶେଷ କରି ସେହି ଭାରତୀୟ ଛାତ୍ରମାନେ ଯେଉଁମାନେ ଅତି ହିଂସା ପରିସ୍ଥିତି ଦେଇ ଗତି କରୁଛନ୍ତି । ତେଣୁ ସରକାର ସେମାନଙ୍କୁ ସେଠାରୁ ସୁରକ୍ଷିତ ଫେରାଇ ଆଣିବାକୁ ଯଥାସାଧ୍ୟ ଚେଷ୍ଟା କରିବା ଉଚିତ’ ବୋଲି ରାହୁଲ କହିଛନ୍ତି ।

Related Posts