ଉମରକୋଟ: ବିନା ଲାଇସେନ୍ସରେ ଘରେ ରଖିଥିଲେ ଦେଶୀ ବନ୍ଧୁକ । ଗିରଫ କଲା ପୋଲିସ । ପୋଲିସ ଏହି ଘଟଣାରେ ଚାରି ଯୁବକଙ୍କୁ ଗିରଫ କରିଛି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଳଦୀ ପଞ୍ଚାୟତର ଭାଟିପଖନା ଗ୍ରାମରେ ଚାରି ଜଣ ଯୁବକ ବିନା ଲାଇସେନ୍ସରେ ଦେଶୀ ବନ୍ଧୁକ ରଖିଥିଲେ । ଖବର ପାଇ ରାଇଘର ପୋଲିସ ଭାଟିପଖନା ଗ୍ରାମକୁ ଯାଇ ଚାରି ଜଣକୁ ଧରିଥିଲେ । ସେମାନେ ହେଲେ ରତିରାମ ଗଣ୍ଡ (୨୫), ରଘୁ ଗଣ୍ଡ (୩୦), ରାମ ଗଣ୍ଡ (୩୫) ଓ ବାସୁଦେବ ଗଣ୍ଡ(୨୨) ।
କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ଟଙ୍କଗିରି ଭୋଇ ଟିମ୍ ନେଇ ଭାଟିପୋଖନା ଗ୍ରାମକୁ ଯାଇଥିବା ବେଳେ ଜଣକ ଘର ଭିତରୁ ସମସ୍ତଙ୍କୁ ଧରି ଥାନାକୁ ଆଣିଥିଲେ । ପଚରା ଉଚରା ପରେ କୋର୍ଟ ଚଲାଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
