ପାଟକୁରା ପିଚ୍ ରେ ଚାଳିଶ ଚାଳିଶରେ ଖେଳ

ସତ୍ୟପାଠ ବ୍ୟୁରୋ : ପିଚ୍ ର ନାଁ ପାଟକୁରା । ଅନେକ ଟିମ୍ ଖେଳୁଥିଲେ ବି ସମସ୍ତଙ୍କ ନଜର ତିନିଟି ମେନ ଟିମ୍ ଉପରେ । କିନ୍ତୁ ବଡ କଥା ହେଉଛି, ଏଠି ଟିମ୍ ରେ ଖେଳିବାକୁ ହେଲେ ଟିକିଏ କମ୍ କି ଟିକିଏ ବେଶୀ ନୁହେଁ ମୁଣ୍ଡା ମୁଣ୍ଡି ୪୦ ଜଣ ଖେଳାଳୀ ଦରକାର । କଥାଟା ବୁଝିବାକୁ ସହଜ ନହେଲେ ବି ସତ । ଆଜି ଦିନକ ଭିତରେ ବିଜେଡି, ବିଜେପି ଓ କଂଗ୍ରେସ ଯେଉଁଭଳି ଭାବରେ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କଲେ, ତାହା ଦେଖି ଏବେ ଏଇଆ ହିଁ କୁହାଯାଇପାରିବ ।

ହକିରେ ୧୧ ଜଣ । କ୍ରିକେଟରେ ୧୧ଜଣ । ଫୁଟବଲରେ ବି ୧୧ । କିନ୍ତୁ କବାଡି ଖେଳିବାକୁ ଦରକାର ପଡନ୍ତି ୧୨ଜଣ ଖେଳାଳୀ । ପଡିଆରେ କିଏ ଗୋଲ ଦିଏ ପୁଣି କିଏ ଛକା ପିଟେ । ହେଲେ ଓଡିଶା ପଲିଟିକାଲ ପ୍ରିମିୟର ଲିଗରେ ଯେଉଁ ନୂଆ ଟୁର୍ଣ୍ଣାମେଣ୍ଟ ଖେଳା ଯାଉଛି ତାହାର ନାଁ ହେଉଛି ପାଟକୁରା ଟୁର୍ଣ୍ଣାମେଣ୍ଟ । ଯେଉଁଠି ୬ କି ୧୧ କି ୧୨ ଜଣ ନୁହଁ ଦରକାର ୪୦ଜଣ ଖେଳାଳୀ ।

ଅବଶ୍ୟ ଏ ଫୋର୍ଟି ମେମ୍ବର ବାଲା ଫର୍ମୁଲା କିଏ କହିବା କଷ୍ଟକର କିନ୍ତୁ ବିଜୁ ଜନତା ଦଳ ପ୍ରଥମେ ୪୦ ଜଣିଆ ଟିମ୍ ତାଲିକା ପ୍ରକାଶ କରିବା ପରେ ଅନ୍ୟ ଟିମ୍ ମାନେ ବି ଏ ଫର୍ମୁଲାକୁ ଫଲୋ କରିବା ଆରମ୍ଭ କରିଦେଲେ । ତୁରନ୍ତ ଭାରତୀୟ ଜନତା ପାର୍ଟି ବି ନିଜର ୪୦ ଜଣିଆ ଟିମ୍ ଘୋଷଣା କରିଦେଲା । ଆଉ କାଳ ବିଳମ୍ବ ନକରି ଗୋଟେଇ ପୋଟେଇ ୪୦ଜଣଙ୍କୁ ବାଛି ପ୍ରେସ୍ କୁ ତାଲିକା ଛାଡିଦେଲା ଟିମ୍ କଂଗ୍ରେସ ।

ବଡ କଥା ହେଲା, ପାଟକୁରାରେ ଅନେକ ନିର୍ବାଚନ ଆଗରୁ ହୋଇଥିବା । ହେଲେ ଏ ଚାଳିଶ ଫର୍ମୁଲାର ଖେଳ ଆଗରୁ କେବେ ସେଠାରେ ହୋଇ ନଥିବା । ତେବେ ପିଚ୍ ରେଡି ଅଛି, ଦର୍ଶକ ବି ରେଡି ଅଛନ୍ତି । କେବଳ କପ୍ତାନ ହୁଇସିଲ ମାରି ଖେଳ ଷ୍ଟାର୍ଟ କରିବେ ।

Related Posts