ଲାଞ୍ଚ ମାଗିଲେ କଲ୍ କର : ସରୋଜ ମେହେର

ସତ୍ୟପାଠ ବ୍ୟୁରୋ : ସର୍ବ ସାଧାରଣରେ ସରକାରୀ ଅଧିକାରୀଙ୍କୁ ଉଠବସ କରି ଜେଲ ଯାଇଥିବା ପାଟଣାଗଡ ବିଧାୟକ ସରୋଜ ମେହେର ପୁଣି ଚର୍ଚ୍ଚାରେ । ଲାଞ୍ଚ ଓ ପିସି ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଇଛନ୍ତି ସରୋଜ । ନିର୍ବାଚନ ମଣ୍ଡଳୀରେ କେଉଁଠି ବି କେଉଁ କାମ ପାଇଁ ଯଦି କେହି ଲାଞ୍ଚ ମାଗୁଥାଏ ତେବେ ତାଙ୍କୁ ତୁରନ୍ତ କଲ କରିବାକୁ ଅପିଲ କରିଛନ୍ତି ସରୋଜ ।

ଜେଲରୁ ଫେରିବା ପରେ ଏକ ସାଧାରଣ ସଭାରେ ଯୋଗ ଦେଇ ନିଜ ନିର୍ବାଚନ ମଣ୍ଡଳୀର ସାଧାରଣ ଜନତାଙ୍କୁ ଏଭଳି ଅଭୟ ବାଣୀ ଦେଇଛନ୍ତି ବିଧାୟକ । କୌଣସି ସରକାରୀ ଅଫିସର କିମ୍ବା ଜନ ପ୍ରତିନିଧୀ ଯଦି ହିତାଧିକାରୀଙ୍କୁ ଲାଂଚ ମାଗନ୍ତି ସେନେଇ ତାଙ୍କୁ ଜଣାଇବାକୁ ଅନୁରୋଧ କରିଛନ୍ତି । ସରୋଜ କହିଛନ୍ତି ପାଟଣାଗଡରେ ପିସି କାରବାର ସଂପୂର୍ଣ୍ଣ ବନ୍ଦ ହେବ । ଜନ ପ୍ରତିନିଧୀ ଓ ଜନତା ଚାହିଁଲେ ଏହା ସମ୍ଭବ ହେବ ।

ପାଟଣାଗଡରେ ଆଗକୁ ଅନେକ ଉନ୍ନୟନମୂଳକ କାମ ହେବ ଓ ଏଥିପାଇଁ ଗୋଟିଏ ଟଙ୍କାର ପିସି କାରବାର କରାଇ ଦେବେ ନାହିଁ ବୋଲି ଦୁର୍ନୀତିଖୋର ଅଫିସରଙ୍କୁ କଡା ଚେତାବନୀ ଦେଇଛନ୍ତି ସରୋଜ । ପିସି କାରବାର ବନ୍ଦ କରିବାକୁ ଆହ୍ୱାନ ଦେଇ ପାଟଣାଗଡବାସୀଙ୍କ ମନ ଜିଣିଛନ୍ତି ବିଧାୟକ ସରୋଜ ମେହେର । ଏହାପୂର୍ବରୁ ନିମ୍ନମାନର ରାସ୍ତା କାର‌୍ୟ୍ୟ ପାଇଁ ଜେଇଙ୍କୁ ଉଠବସ କରି ଜେଲ ଯାଇଥିଲେ ପାଟଣାଗଡ ବିଧାୟକ ।

Related Posts