ଟୁଇନ ସିଟିରେ ୬୮ ଟି ପଏଣ୍ଟରେ କଡା କଡ଼ି ଚେକିଂ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ କରୋନା ବଢ଼ିଚାଲିଛି ଏଥି ମଧ୍ୟରେ ରାଜଧାନୀ ସ୍ଥିତି ଅସମ୍ଭାଳ । ରାଜ୍ୟସରକାର କରୋନା ମୁକାବଲା ପାଇଁ କରିଥିବା ସପ୍ତାହନ୍ତ ସଟଡାଉନ ଆସନ୍ତା କାଲି ଆରମ୍ଭ ହେବ। ଏଥିପାଇଁ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସମିଟ୍‌ କରିଛନ୍ତି।ସେ କହିଛନ୍ତି ଯେ, ନାଇଟ କର୍ଫ୍ୟୁ ଓ ସଟଡାଉନ ସମୟରେ ଟୁଇନ ସିଟିରେ ୬୮ ଟି ପଏଣ୍ଟରେ ଚେକିଂ କରାଯିବ। କଟକରେ ୨୫ଟି ଜାଗାରେ ଓ ଭୁବନେଶ୍ୱରରେ ୪୩ ଜାଗାରେ ନାକାବନ୍ଦୀ କରାଯିବ। କଟକରେ ୧୨ ପ୍ଲାଟୁନ ଫୋର୍ସ ରହିବା ସହିତ ୧୦୦ ଅଫିସର ନିୟୋଜିତ ହେବେ ବୋଲି ସିପି କହିଛନ୍ତି। ଭୁବନେଶ୍ୱରରେ ୨୦ ପ୍ଲାଟୁନ ଫୋର୍ସ ଓ ୧୫୦ ଅଫିସର ଦାୟିତ୍ୱରେ ରହିବେ। ଏଥିସହ ଜଗିଥିବା ପଏଣ୍ଟ ରେ ଚେକିଂକରାଯିବ। ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଥିବା କର୍ମଚାରୀଙ୍କ ଯିବାଆସିବା ସହଜରେ କରିପାରିବେ ବୋଲି କମିଶନର କହିଛନ୍ତି। ନିଜ ନିଜ ସଂସ୍ଥାର ପରିଚୟପତ୍ର ଦେଖାଇ କର୍ମଚାରି କାମକୁ ଯାଇ ପାରିବେ । ଅତ୍ୟାବଶକ ସେବାରେ ଥିବା କର୍ମଚାରିଙ୍କ ପାଇଁ କୌଣସି ସ୍ପେଶାଲ ପାସ୍‌ର ଆବଶ୍ୟକତା ନାହିଁ। ଏହି ସମୟରେ ଯେଉଁ ମାନେ ନିୟମ ନମାନିବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାଆନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।
ସପ୍ତାହାନ୍ତ ସଟ୍‌ଡାଉନ୍ ନେଇ SRC କହିଛନ୍ତି, ଶନିବାର ସକାଳୁ ସପ୍ତାହାନ୍ତ ସଟ୍‌ଡାଉନ୍ ଆରମ୍ଭ ହେବ। ଆଜି ରାତିର ନାଇଟ୍‌ କର୍ଫ୍ୟୁ କଟକଣା ସରିଲେ କାଲି ସକାଳୁ ସଟ୍‌ଡାଉନ୍ କଟକଣା‌ ଆରମ୍ଭ ହେବ। ତେବେ ସକାଳେ ଏକ ଘଣ୍ଟା ପାଇଁ ଏହି ସଟ୍‌ଡାଉନ୍‌ କଟକଣା କୋହଳ କରାଯିବ। ମର୍ଣ୍ଣିଂ ୱାର୍କ ଓ ସାଇକ୍ଲିଂ ପାଇଁ ସକାଳ ୫ଟାରୁ ୬ଟା ଯାଏ କଟକଣା କୋହଳ ହେବ। ସୋମବାର ସକାଳ ପର୍ଯ୍ୟନ୍ତ ସଟ୍‌ଡାଉନ୍ କଟକଣା ଜାରିରହିବ । ଆଉ ଏହି ସପ୍ତାହାନ୍ତ ସଟ୍‌ଡାଉନ୍ ବେଳେ ରାଜଧାନୀ ଭୁବନେଶ୍ୱରରେ ‘ମୋ ବସ୍‌’ର ନିୟମିତ ସେବା ବନ୍ଦ ରହିବ। ଏନେଇ ଦି କ୍ୟାପିଟାଲ୍‌ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପର୍ଟ (CRUT) ପକ୍ଷରୁ ଏହି ସୂଚନା ଦିଆଯାଇଛି।

Related Posts