
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଅଗଷ୍ଟ ୧ ଥିଲା ବନ୍ଧୁତ୍ୱ ଦିବସ (Friendship Day) । ଏହି ଅବସରରେ ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ବନ୍ଧୁତା ଦିବସର ଅଭିନନ୍ଦନ । ଫ୍ରେଣ୍ଡସିପ୍ ଡେ ର ଅଭିନନ୍ଦନ ସାଙ୍ଗକୁ ସେ ଶିବରଜାଙ୍କୁ କଟାକ୍ଷ କରି କହିଛନ୍ତି ,” ଆପଣଙ୍କ (ଶିବରାଜ ସିଂ ଚୌହାନ) ସରକାର ବୁଝାମଣା କରି ଗଠନ ହୋଇଛି। ତୁମକୁ ବି ଜାଣ ନାହିଁ ଯେ କେତେ ଦିନ ପର୍ଯ୍ୟନ୍ତ ତମ ଚଉକି ସୁରକ୍ଷିତ ।
ଅଗଷ୍ଟ ୧ ରବିବାର (Friendship Day) ଦିନ ଟ୍ୱିଟରରେ ଲଗାତାର ଚାରିଟି ଟ୍ୱିଟ୍ କରି କମଲ ନାଥ ବନ୍ଧୁତ୍ୱ ଦିବସରେ ଶିବରାଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ସେ ଟ୍ବିଟ୍ କରି କହିଛନ୍ତି “ବନ୍ଧୁ ଶିବରାଜ ସିଂ ଜୀ, ଆପଣଙ୍କୁ ବନ୍ଧୁତା ଦିବସର ଶୁଭେଚ୍ଛା। ଯଦିଓ ଆପଣଙ୍କ ସରକାର ବୁଝାମଣା କରି ପ୍ରାୟ 16 ମାସ ହୋଇସାରିଛି , କିନ୍ତୁ ଏହି 16 ମାସ ମଧ୍ୟରେ ରାଜ୍ୟର ଲୋକମାନେ ଆପଣଙ୍କ ସରକାରକୁ ଗ୍ରାଉଣ୍ଡରେ କାମ କରୁଥିବାର ଦେଖି ନାହାନ୍ତି। ଯେଉଁ ଭଳି ଭାବେ ଅସନ୍ତୁଷ୍ଟମାନେ ଆପଣଙ୍କ ଚଉକି ପଛରେ ପଡିଛନ୍ତି , ଜଣା ନାହିଁ କେତେ ଦିନ ପର୍ଯ୍ୟନ୍ତ ଆପଣ ନିଜ ଚଉକିକୁ ସୁରକ୍ଷିତ ରଖିପାରିବେ ?”
ସେ ଆହୁରି ମଧ୍ୟ କହିଛନ୍ତି ଯେ, “କିନ୍ତୁ ମୁଁ ଆଶା କରୁଛି ଯେପର୍ଯ୍ୟନ୍ତ ଆପଣ ମୁଖ୍ୟମନ୍ତ୍ରୀ ରହିବେ, ଆପଣ କରୋନା ଦ୍ବିତୀୟ ତରଙ୍ଗ ସମୟରେ , ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବେ। ଲୋକ ଆପଣଙ୍କ ସରକାର ଉପରେ ଏହି ସଙ୍କଟ ସମୟରେ ଅନେକ ଆଶା ରଖିଛନ୍ତି। ସେମାନଙ୍କ ପାଇଁ କିଛି ତ କରନ୍ତୁ।
ଏବେ ପୁଣିଥରେ ମଧ୍ୟପ୍ରଦେଶରେ ମାଫିଆ ରାଜ୍ ଫେରି ଆସିଛି। ସବୁ ଜିନିଷର ଦରବୃଦ୍ଧି ଘଟିଛି, ଆଜି ଲୋକମାନେ ମୁଦ୍ରାସ୍ଫୀତି ଯୋଗୁଁ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଆଜି ପ୍ରତ୍ୟେକ ବର୍ଗର ଲୋକେ ଅସୁବିଧା ଭୋଗୁଛନ୍ତି। ତେଣୁ ଦରବୃଦ୍ଧି ଏବଂ ଏ ସବୁ ଅସୁବିଧା ଦିଗରେ କିଛି ଠୋସ୍ ପଦକ୍ଷେପ ଗ୍ରହଣ କରିବା ଉଚିତ୍ ବୋଲି ସେ କହିଛନ୍ତି।
ରାଜ୍ୟ କଂଗ୍ରେସ ମୁଖ୍ୟ କମଲ ନାଥ ମଧ୍ୟପ୍ରଦେଶର ବିଜେପି ସରକାର ବିରୋଧରେ ଅଭିଯୋଗ କରିଛନ୍ତି ଯେ ମଦ୍ୟପାନ ଯୋଗୁଁ ହେଉଥିବା ମୃତ୍ୟୁସଂଖ୍ୟାକୁ ରାଜ୍ୟ ସରକାର ଲୁଚାଉଛନ୍ତି।
ଏହାପୂର୍ବରୁ ଜୁଲାଇ 31 ଶନିବାର ଦିନ ପିସିସି ମୁଖ୍ୟ କମଲ ନାଥ ଶିବରାଜ ସରକାରଙ୍କ ବିରୋଧରେ ଅଭିଯୋଗ କରିଥିଲେ ଯେ ମଧ୍ୟପ୍ରଦେଶରେ ବେଆଇନ ମଦ ନେଟୱାର୍କ ଦିନକୁ ଦିନ ବଢିବାରେ ଲାଗିଛି। ତେଣୁ ତାଙ୍କ ସରକାର ଏ ଦିଗରେ କିଛି ଠୋସ୍ ପଦକ୍ଷେପ ନିଅନ୍ତୁ।
ସୂଚନାଯୋଗ୍ୟ ଯେ ମଧ୍ୟପ୍ରଦେଶର ମାଣ୍ଡସର ଏବଂ ଇନ୍ଦୋରରେ 5 ଜଣ ଏବଂ ଖାରଗାଓଁରେ ମଦ ପିଇ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଥିଲା। ଉଜୈନରେ ଘଟଣା ପରେ ରାଜ୍ୟ ସରକାର ଏହି ମାମଲା ଦମନ କରିବାକୁ ଚେଷ୍ଟା କରୁଥିବା କମଲ ନାଥ ଅଭିଯୋଗ କରିଥିଲେ।