
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗାଡି ଚାଳକ ମାନଙ୍କ ପାଇଁ ନୂଆ ନିୟମ ଆଣିଛନ୍ତି ସରକାର । ପୁରୁଣା ଗାଡି ନମ୍ବର ବଦଳରେ ଏଣିକି ଗାଡିରେ ଲାଗିବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ । ଏହି ନମ୍ବର ପ୍ଲେଟ ଅକ୍ଟୋବର ୧ ତାରିଖ ପୂର୍ବରୁ ଲଗାଇ ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟ ସୀମା ଭିତର ଗାଡିରେ ନୂଆ ନମ୍ବର ପ୍ଲେଟ୍ ନ ଲଗାଇଲେ, ଭାରି ଅଙ୍କର ଜରିମାନା ଗଣିବାକୁ ପଡ଼ିବ ।
ସୂଚନା ଅନୁସାରେ, ଯେଉଁ ପୁରୁଣା ଗାଡିର ନମ୍ବର ୧,୨,୩ ଆଉ ୪ ଅଙ୍କ ରେ ଶେଷ ହେଉଛି । ସେମାନଙ୍କୁ ସେପ୍ଟେମ୍ବର ୩୦ ସୁଦ୍ଧା ନିଜ ଗାଡିରେ ନୂଆ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାକୁ ହେବ । ଅକ୍ଟୋବର ପହିଲାରୁ ଏହି ଗାଡି ଗୁଡିକର ଚେକିଂ ଆରମ୍ଭ ହେଇଯିବ । ତେଣୁ ଅକ୍ଟୋବର ୧ ପରେ ଏହି ସବୁ ଗାଡିରେ ନୂଆ ନମ୍ବର ପ୍ଲେଟ୍ ନଥିଲେ ଫାଇନ୍ ଆଦାୟ କରାଯିବ ।ସେହିଭଳି ଯେଉଁ ଗାଡିର ନମ୍ବର ପ୍ଲେଟ୍ ୫ ଓ ୬ରେ ଶେଷ ହେଉଛି, ସେହି ଗାଡି ପାଇଁ ଶେଷ ତାରିଖ ରହିଛି ଅକ୍ଟୋବର ୩୧ ତାରିଖ । ଏହି ତାରିଖ ପରେ ଗାଡିଚାଳକଙ୍କଠାରୁ ଫାଇନ୍ ଆଦାୟ କରାଯିବ । ସେହିପରି ଯେଉଁ ଗାଡିର ନମ୍ବର ୭ ଓ ୮ରେ ଶେଷ ହେଉଛି ସେମାନେ, ନଭେମ୍ବର ୩୦ ସୁଦ୍ଧା ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗାଇବେ । ଏହା ସହିତ ୯ ଓ ୦ ରେ ଶେଷ ହେଉଥିବା ଗାଡି ନମ୍ବର ଡିସେମ୍ବର ୩୧ ସୁଦ୍ଧା ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗାଇବେ । ଯେଉଁ ଗାଡି ଚାଳକ ଏହି ସମୟ ସୀମା ମଧ୍ୟରେ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବେ ନାହିଁ । ସେମାନଙ୍କୁ ଭାରି ଅଙ୍କର ଜରିମାନା ପଡିବ । ଇ-ଚାଲାଣ ସହିତ ସେମାନଙ୍କୁ ୫ ହଜାର ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ପଡିପାରେ ବୋଲି ସୂଚନା ମିଳିଛି।