ଜି-୨୦ ଶିଖର ସମ୍ମିଳନୀ: ପ୍ରସ୍ତୁତି ବୈଠକରେ ଯୋଗ ଦେବେ ବିହାର ମୁଖ୍ୟମନ୍ତ୍ରୀ

ପାଟନା : ଆସନ୍ତା ବର୍ଷ ଭାରତରେ ଅନୁଷ୍ଠିତ ହେବ ଜି-୨୦ ଶିଖର ସମ୍ମିଳନୀ । ତେବେ ଆୟୋଜିତ ହେବାକୁ ଥିବା ବୈଠକ ର ପ୍ରସ୍ତୁତି ଏବେଠାରୁ ଆରମ୍ଭ ହେଲାଣି। ଏହାର ପ୍ରସ୍ତୁତି ସମ୍ପର୍କରେ ମତାମତ ନେବାକୁ ଭାଜପା ଶୁକ୍ରବାର ଏକ ବୈଠକ ଡକାଇଛି।

ସନ୍ଧ୍ୟା ୫ଟାରେ ବସିଥିବା ଏହି ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ସାମିଲ ହେବେ। ଭିଡିଓ କନଫରେନ୍ସିଂ ଜରିଆରେ ନୀତୀଶ ଏହି ବୈଠକରେ ସାମିଲ ହେବେ ବୋଲି ସୂଚନା ରହିଛି।

ଯଦିଓ ଏହା ପୂର୍ବରୁ ତାଙ୍କୁ ଏହି ବୈଠକରେ ଡକାଯାଇଥିଲା କିନ୍ତୁ ସେ ଏଥିରେ ଯୋଗ ଦେଇ ନ ଥିଲେ। ଏହାକୁ ନେଇ ତାଙ୍କୁ ଟାର୍ଗେଟ ମଧ୍ୟ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାମ୍ନା କରିବାକୁ ତାଙ୍କର ସାହସ ନାହିଁ ବୋଲି ଭାଜପା ଆକ୍ଷେପ କରି କହିଥିଲା। ଅନ୍ୟପଟେ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦୁଇଥର ଧୋକା ଦେଇଛନ୍ତି, ତେଣୁ ତାଙ୍କୁ ସାମ୍ନା କରିବାକୁ ତାଙ୍କର ସାହସ ନାହିଁ ବୋଲି ଭାଜପା ନେତା ତଥା ରାଜ୍ୟସଭା ଏମ୍‌ପି ସୁଶୀଲ କୁମାର ମୋଦି କହିଛନ୍ତି ।

Related Posts