ପାଣିକୋଇଲି ପୁଲିସ ପଞ୍ଝାରେ ଗଞ୍ଜେଇ ଚୋର ରାକେଟ୍

ସତ୍ୟପାଠ ବ୍ୟୁରୋ : ଯାଜପୁର ପୁଲିସ ପଞ୍ଝାରେ ଗଞ୍ଜେଇ ଚୋରା ଚାଲାଣ ଗ୍ୟାଙ୍ଗ । ଅତି ସତର୍କତାର ସହ ଓଡିଶାରୁ କଲିକତାରୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏହାକୁ କାବୁ କରିନେଇଛି ପୁଲିସ ।

ଯାଜପୁର ଏସପି ଚରଣ ସିଂ ମୀନା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ପୁଲିସ ସୂଚନା ମୁତାବକ, ଏକ କାର ଯୋଗେ ଏହି ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପାଣିକୋଇଲି ଟୋଲଗେଟ୍ ଠାରେ ପୂର୍ବରୁ ଛକି ରହିଥିବା ପୁଲିସ ଉକ୍ତ ଗାଡିକୁ ଅଟକାଇ ନିଜ ହେପାଜତକୁ ନେଇଥିଲା । କାରରୁ ଦୁଇଜଣଙ୍କୁ ଗିରଫ କରିଛି ପୁଲିସ । ସେମାନେ ହେଲେ କଲିକତା ମୁର୍ସିଦାବାଦର ସୋହେଲ୍ ରଣା ଓ ଶେଖ୍ ସହାରୁଲ । ସେମାନେ ଏହି ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଛି ।

ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ କାର୍ , ୩ଟି ମୋବାଇଲ ଫୋନ, ନଗଦ ଟଙ୍କା ଓ ଏଟିଏମ୍ କାର୍ଡ ଜବତ ହୋଇଛି । ତେବେ ଏମାନଙ୍କର ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ରାକେଟ୍ ସହ ସଂପୃକ୍ତି ରହିଛି କି ନାହିଁ ତାହାର ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ଯାଜପୁର ଏସପି ଚରଣ ସିଂ ମୀନା ।

Related Posts