କାହିଁକି ଏମିତି ନିଷ୍ପତି ନେଉଥିଲେ ବିଜୟ ?

ସତ୍ୟପାଠ ବ୍ୟୁରୋ : ରାଜ୍ୟସଭା ଉପନିର୍ବାଚନ ପରେ ବିଜେପି ଓ ବିଜେଡି ଭିତରେ ଥିବା ଚୋରା ପିରତୀ ଧରା ପଡିବା ପରେ ଆଶଙ୍କାରେ ବିଜୟ । ସେବେଠୁ ବିଜେଡିକୁ ଯେତିକି ଭୟ ନୁହେଁ ତା ଠାରୁ ଢ଼େର ଗୁଣା ଅଧିକ ଭୟ ଘର ଢ଼ିଙ୍କୀ କୁମ୍ଭୀରକୁ । ବିଜେପି ଯେଭଳି ଭାବେ ବିଜେଡିକୁ ରାଜ୍ୟସଭା ସିଟ୍ ମାଗିଲା ଓ ବିଜେଡି ତତକ୍ଷଣାତ୍ ସମର୍ଥନ ଯୋଗାଇ ଦେଲା, ତାହାର ଜୋର ପ୍ରଭାବ ବିଜୟଙ୍କ ଉପରେ ପଡିବ ବୋଲି ସେ ଜାଣି ସାରିଲେଣି । ଯାହାକୁ ନେଇ ଭୟ ଓ ଆଶଙ୍କାରେ ବିଜୟ ।

ସେ ଘଟଣା ପରେ ବିଜୟ ବିଜେପିକୁ ନେଇ ଏଭଳି ବିତସ୍ପୃହ ହୋଇଥିଲେ ଯେ, ପାଟକୁରାରୁ ଓହରିଯିବା ନେଇ ନିଷ୍ପତି ମୁଣ୍ଡକୁ ଆସିଥିଲା । କିଛି ଶୁଭେଚ୍ଛୁ ଓ ପୁରୁଣା ବିଜୁ ପରିବାରର କିଛି ବନ୍ଧୁ ତାଙ୍କୁ ଏ ପ୍ରସ୍ତାବ ଦେଇଥିଲେ । ନିଜ ଲୋକଙ୍କ ଠାରୁ ଧୋକା ଖାଇବା ଅପେକ୍ଷା ନିର୍ବାଚନରୁ ଓହରିଯିବା ଶ୍ରେୟ ବୋଲି ମନରେ ଏଭଳି ବିଚାର ଆସିଥିଲା । ଦିନକୁ ଦିନ ବିଜେପିର ବଦଳୁଥିବା ଓ ବିଗୁଡୁଥିବା ଚେହେରାକୁ ନେଇ ବିଜୟ ଭୟଭୀତ ଓ ଆତଙ୍କିତ ।

ସଂଖ୍ୟା ନଥାଇ ବି ବୈଷ୍ଣବଙ୍କୁ ବିଜେପିର ହାଇକମାଣ୍ଡ ଖୁଲମଖୁଲା ନବୀନ ପଟ୍ଟନାୟକଙ୍କୁ ଫୋନ କରି ସାହାଯ୍ୟ ମାଗିବା ଘଟଣା ସ୍ୱାଭିମାନୀ ବିଜୟଙ୍କୁ ଏକଦମ୍ ହତୋତ୍ସାହିତ କରି ପକାଇଥିଲା । ଘର ଢ଼ିଙ୍କୀ କୁମ୍ଭୀରଙ୍କୁ ନେଇ ନିର୍ବାଚନ କେମିତି ଲଢ଼ିବେ ବୋଲି ବିଜୟ ଭାବୁଥିବା ବେଳେ ପୁରୁଣା ବିଜୁ ପରିବାରର କିଛି ବରିଷ୍ଠ ନେତା ବିଜୟଙ୍କୁ ପ୍ରସ୍ତାବ ଦେଇଥିଲେ ପାଟକୁରାରୁ ଓହରିଯିବା ପାଇଁ । କାରଣ ନବୀନଙ୍କୁ ଖୁସି କରିବା ପାଇଁ ବିଜେପି ପଛଆଡୁ ଛୁରା ଭୁଷିପାରେ ବୋଲି ବିଜୟଙ୍କୁ ବୁଝାଇବାକୁ ଚାହିଁଥିଲେ ପୁରୁଣା ବନ୍ଧୁ । ବିଜୟଙ୍କୁ ହରାଇବାକୁ ବିଜେପି ଓ ନବୀନଙ୍କ ସହ ଗଠବନ୍ଧନ ହୋଇଥିବା ବନ୍ଧୁମାନେ ବିଜୟଙ୍କ ଆଗରେ ପ୍ରକାଶ କରିଥିଲେ ଆଉ ପ୍ରସ୍ତାବ ଦେଇଥିଲେ ବିଜେପି ଛାଡ, ପାଟକୁରାରୁ ଓହରିଯାଅ ଆଉ ବିଜେପୁରରୁ ସ୍ୱାଧିନ ପ୍ରାର୍ଥୀ ହୁଅ । ଓଡିଶା ବାସୀ ଦଳମତ ନିର୍ବିଶେଷରେ ସମର୍ଥନ ଦେବେ । ଏହାହିଁ ସେତେବେଳେ ବିଜୟଙ୍କ ପାଇଁ ମଙ୍ଗଳ ହେବ ବୋଲି ବନ୍ଧୁମାନେ କହିଥିଲେ ।

ବିଚଳିତ ଓ ବିବ୍ରତ ହୋଇପଡିଥିବା ବିଜୟ କିନ୍ତୁ ସେତେବେଳେ ସାହସ ଜୁଟାଇ ପାରିଲେନି କି ଭରସା ମଧ୍ୟ କରିପାରିଲେ ନାହିଁ ବୋଲି ବିଜୟଙ୍କ ନିକଟତମ ମହଲରେ ଚର୍ଚ୍ଚା ହେଉଛି । ତେବେ ସ୍ୱାର୍ଥ ଆଗରେ ସ୍ୱାଭିମାନ ବଳି ପଡିବା ପୂର୍ବରୁ ବିଜୟ ନିଜ ପରାଜୟକୁ ଅତି ପାଖରୁ ଦେଖି ସାରିଥିବା ଆଲୋଚନା ହେଉଛି ।

Related Posts