୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ହାସଲ କଲେ ଓଡ଼ିଆ ଧାବିକା ଦୂତି ଚାନ୍ଦ

ସତ୍ୟପାଠ ବ୍ୟୁରୋ : ଚମକିଛନ୍ତି ଦୂତି । ଇଟାଲିର ନାପୋଲି ଠାରେ ଚାଲିଥିବା ୩୦ତମ ବିଶ୍ୱ ବିଦ୍ୟାଳୟ କ୍ରୀଡାରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ଓଡିଆ ଧାବିକା ଦୂତି ଚାନ୍ଦ । ମହିଳା ୧୦୦ ମିଟର ଦୌଡ଼ରେ ସେ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସୋମବାରର ପ୍ରଥମ ପର‌୍ୟ୍ୟାୟରେ ନିଜ ହିଟର ପ୍ରଥମ ସ୍ଥାନରେ ରହି ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ ଦୂତି । ଗତକାଲି ସେମିଫାଇନାଲରେ ୧୧.୪୧ ସେକେଣ୍ଡ ସମୟ ସହ ହିଟ୍ ନମ୍ବର-୨ର ପ୍ରଥମ ସ୍ଥାନରେ ରହି ଫାଇନାଲ୍ ଟିକେଟ ହାସଲ କରିଥିଲେ। ଦୂତୀଙ୍କ ଏହି ସଫଳତା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିନନ୍ଦନ ଜଣାଇଛନ୍ତି ।

Related Posts