ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା, ପୁଲିସ ମାଡି ବସିଲା

ସତ୍ୟପାଠ ବ୍ୟୁରୋ : ଆମ୍ବୁଲାନ୍ସରେ ରୋଗୀ ବଦଳରେ ବୁହା ଚାଲିଥିଲା ଗଂଜେଇ । ଓଡିଶା ବର୍ଡର ଡେଇଁବାକୁ ସାହାରା ସାଜିଥିଲା ଆମ୍ବୁଲାନ୍ସ । ହେଲେ ଟେର ପାଇଗଲା ପୁଲିସ । ଆଉ ତା ପରେ ଏବେ ପୁଲିସ ପଂଝାରେ ୧୦ଜଣିଆ ଗ୍ୟାଙ୍ଗ ।

କୋରାପୁଟ ଜୟପୁର ପୁଲିସ ଏନେଇ ଖବର ପାଇବା ପରେ ଭିତିରିଆ ତଦନ୍ତ ଚଳାଇଥିଲା । ଜିଲ୍ଲାରୁ ରାଜ୍ୟ ବାହାରକୁ ଗଂଜେଇ ଚାଲାଣ କରୁଥିବା ରାକେଟକୁ ଧରିବାକୁ ଜାଲ ବିଛାଇଥିଲା । ଯେଉଁଥିରେ ପଡିଯାଇଥିଲେ ଗଂଜେଇ ଚାଲାଣକାରୀ । ଜୟପୁର ଉପଖଣ୍ଡ ପୁଲିସ ଚଢ଼ାଉ କରି ୩ଟି ଗଂଜେଇ ଚାଲାଣ ଘଟଣାରେ ୧୦ଜଣଙ୍କୁ ଗିରଫ କରିଛି ।

ସେମାନଙ୍କ ଠାରୁ ଗୋଟିଏ ଆମ୍ବୁଲାନ୍ସ, ଗୋଟିଏ ବୋଲେରୋ ଓ ଗୋଟିଏ ମୋଟର ସାଇକେଲ ଜବତ କରିଛି ପୁଲିସ । ଜୟପୁର ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ତେବେ ଜିଲ୍ଲାରେ ଏବେ ଅପରେସନ ଗ୍ରୀନ କ୍ଲିନ ଚାଲିଥବାରୁ ଗଂଜେଇ ମାଫିଆ ଏହି ନୂଆ ତରିକା ଆପଣାଇଥିବା ସେ କହିଛନ୍ତି ।

Related Posts