ନୟାଗଡ଼ରୁ ଭୂବନେଶ୍ବରକୁ ଚୋରାଚାଲାଣ ହେଉଥିଲା ଗଞ୍ଜେଇ: ୨୫ କିଲୋ ଗଞ୍ଜେଇ ସହ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଜବତ ହେଲା ୨୫ କିଲୋ ଗଞ୍ଜେଇ । ଏଥିସହ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ୧୬ ନମ୍ବର ଜାତୀୟରାଜପଥର ପିତାପଲ୍ଲୀ ଛକ ପାଖରେ ଆଦର୍ଶ ଥାନା ପୋଲିସକୁ ମିଳିଛି ଏହି ସଫଳତା । କୌଣସି ବିଶେଷ ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା ପୋଲିସ । ଏହି ଚଢ଼ଉରେ ପୋଲିସ ୨୫ କିଲୋ ଗଞ୍ଜେଇ ଜବତ ସହିତ ଗୋଟିଏ ସ୍କୁଟି ଜବତ କରିଛି।

ଗଞ୍ଜେଇ କାରବାରରେ ସମ୍ପୃକ୍ତ ଜଣେ ବ୍ୟବସାୟୀକୁ ମଧ୍ୟ ପୋଲିସ ଗିରଫ କରିଛି।

ଗିରଫ ବ୍ୟକ୍ତିଙ୍କ ପରିଚୟ ଅଭିଶେକ୍ ବେଉରା ଓ ସେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ତଳକୁଶମା ଗାଁର ବାସିନ୍ଦା।ଗିରଫ ପରେ ଅଭିଶେକ୍କୁ ପୋଲିସ ଅଦାଲତ ଚାଲାଣ କରିଛି। ନୟାଗଡ଼ରୁ ଭୂବନେଶ୍ବରକୁ ଗଞ୍ଜେଇ ଚୋରାଚାଲାଣ ହେଉଥିଲା ବୋଲି ପୋଲିସ ତଦନ୍ତରୁ ଜଣାପଡିଛି।

Related Posts