ଗଞ୍ଜାମରେ ପୁଣି ଏନକାଉଣ୍ଟର; ଏନକାଉଣ୍ଟର ରେ ଅପରାଧୀ ସୁଶାନ୍ତ ବେହେରା ଆହତ

ଗଞ୍ଜାମରେ ପୁଣି ଏନକାଉଣ୍ଟର। ଏନକାଉଣ୍ଟର ରେ ଅପରାଧୀ ସୁଶାନ୍ତ ବେହେରା ଆହତ ଗୁଳି ଟି ବାମ ଆଣ୍ଠୁରେ ବାଜିଛି । ଆହତ ଅବସ୍ଥାରେ ପ୍ରଥମେ ଛତ୍ରପୁର ହସ୍ପିଟାଲ ଏବଂ ପରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି। ଆଜି ଭୋର୍‌ ୪ଟା ୨୦ ମିନିଟରେ ପୋଲିସ ସହ ସୁଶାନ୍ତର ମୁହାଁମୁହିଁ ହୋଇଥିଲା।

ଜୟଶ୍ରୀ କେମିକାଲ୍ସ ରୋଡରେ ସୁଶାନ୍ତ ଓ ପୋଲିସ ମଧ୍ୟରେ ଏହି ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁଇ ଜଣ ପୋଲିସ କନଷ୍ଟେବଳ ବି ଆହତ ହୋଇଛନ୍ତି। ସୁଶାନ୍ତର ଘର ଗୋଷାଣୀ ନୂଆଗାଁର ରାଜୀବ ନଗରରେ। ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ପାଇଁ ବିଭିନ୍ନ ମାମଲାରେ ଓ୍ଵାଣ୍ଟେଡ୍‌ ଥିଲା ସୁଶାନ୍ତ। ନିକଟରେ ଗଞ୍ଜାମ ସାନ ବଜାରରେ ହୋଇଥିବା ସାଂସଦ ପ୍ରତିନିଧି ସୁଧୀର ପାଢ଼ୀଙ୍କୁ ବୋମାମାଡ଼ ଘଟଣା ରେ ତାର ସଂପୃକ୍ତି ଥିଲା। ସୁଶାନ୍ତ ନିକଟରୁ ଗୋଟିଏ ମାଉଜର୍‌, ଦୁଇଟି ଗୁଳି, ମୋବାଇଲ୍‌ ଫୋନ୍‌ ଓ ଗୋଟିଏ ବାଇକ୍‌ ଜବତ ହୋଇଛି।

Related Posts