ଦୁନିଆର ଚତୁର୍ଥ ସବୁଠୁ ଧନୀ ବ୍ୟକ୍ତି ହେଲେ ଗୌତମ ଅଦାନୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦୁନିଆର ଚତୁର୍ଥ ସବୁଠୁ ବଡ଼ ଧନୀ ବ୍ୟକ୍ତି ହେଲେ ଗୌତମ ଅଦାନୀ ।ତାଙ୍କ ସଂପତ୍ତିର ମୂଲ୍ୟ ମାଇକ୍ରୋସଫ୍ଟର ବିଲ୍ ଗେଟ୍ସଙ୍କ ସଂପତ୍ତି ସହ ସମାନ ହୋଇ ଯାଇଛି। ବ୍ଲୁମର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ ଅଦାନୀ ଏବଂ ବିଲ ଗେଟ୍ସ ଉଭୟଙ୍କ ସଂପତ୍ତି ୧୨୫ ଅରବ ଡଲାରରେ ପହଞ୍ଚିଛି। ଏବେ ଅଦାନୀ ସବୁଠୁ ଧନୀ ବ୍ୟକ୍ତି ତାଲିକାରେ ମୁକେଶ ଅମ୍ବାନୀ, ଓ୍ଵାରେନ ବଫେଟ, ଗୁଗଲର ସହ ସଂସ୍ଥାପକ ଲାରି ପେଜ ଏବଂ ସର୍ଗେ ବିନଙ୍କୁ ପଛରେ ପକାଇଛନ୍ତି। ଫୋର୍ବସର ରିୟଲ ଟାଇମ ବିଲେନିୟର ଇଣ୍ଡେକ୍ସ ହିସାବରେ ଗୌତମ ଅଦାନୀ ପଞ୍ଚମ ସବୁଠୁ ଧନୀ ବ୍ୟକ୍ତି। ଏହି ତାଲିକାରେ ସେ ବିଲ୍ ଗେଟ୍ସଙ୍କଠୁ ବାସ୍ କିଛି ପଛରେ ଅଛନ୍ତି।

ଏହି ସଂସ୍ଥା ଅନୁଯାୟୀ, ଅଦାନୀଙ୍କ ମୋଟ୍ ସଂପତ୍ତିର ମୂଲ୍ୟ ୧୨୯ ଅରବ ଡଲାର ରହିଥିବା ବେଳେ ବିଲ୍ ଗେଟ୍ସଙ୍କ ସଂପତ୍ତି ୧୨୯.୪ ଡଲାର। ସେପଟେ ମାତ୍ର ଗୋଟିଏ ଦିନରେ ଗୌତମ ଅଦାନୀଙ୍କ ସଂପତ୍ତିରେ ୬.୩ ଅରବ ଡଲାର ବୃଦ୍ଧି ଘଟିଛି। ଏହି ପରି କେବଳ ୨୦୨୨ରେ ଅଦାନୀଙ୍କ ସଂପତ୍ତିରେ ୪୮.୩ ଅରବ ଡଲାର ବୃଦ୍ଧି ଘଟି ସାରିଛି। ୨୦୨୧ ଶେଷ ଆଡକୁ ଗୌତମ ଅଦାନୀଙ୍କ ସଂପତ୍ତି ୭୬.୭ ଅରବ ଡଲାର ଥିଲା। ତେବେ ପରବର୍ତ୍ତୀ ସମୟରେ ଅଦାନୀ ଗ୍ରୁପର ସେୟାରର ଚାହିଦା ବଢିବାରେ ଲାଗିଥିଲା। ଗତ ଦୁଇ ଦିନରେ ଅଦାନୀଙ୍କ ଦୁଇ କମ୍ପାନୀ ଅଦାନୀ ପାଓ୍ଵାର ଏବଂ ଅଦାନୀ ଓ୍ଵିଲମର ଉଭୟଙ୍କ ସେୟାରର ଚାହିଦା ଲଗାତାର ବଢି ଚାଲିଛି।

Related Posts