ତୈଳ ଦର ବୃଦ୍ଧ ପାଇଁ ରାଜ୍ୟଗୁଡ଼ିକୁ ଦାୟୀ କରାଯାଇପାରିବ ନାହିଁ: ଉଦ୍ଧବ ଠାକରେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତୈଳ ଦର ବୃଦ୍ଧିକୁ ନେଇ ଆଜି ପ୍ରଧାନମନ୍ତ୍ରୀ ବଡ଼ ବୟାନ ଦେଇଛନ୍ତି । ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟାମାନଙ୍କୁ ଦାୟୀ କରି ଟ୍ୟାକ୍ସ କମାଇବାକୁ କହିଥିଲେ। ଯାହାର ଜବାବ ରଖିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ। ତୈଳ ଦର ବୃଦ୍ଧି ପାଇଁ ରାଜ୍ୟଗୁଡ଼ିକୁ ଦାୟୀ କରାଯାଇପାରିବ ନାହିଁ ବୋଲି ଉଦ୍ଧବ କହିଛନ୍ତି। ମୋଦୀଙ୍କୁ ଉତ୍ତର ଦେଇ ବୁଧବାର ସେ କହିଛନ୍ତି “ଆଜି ମୁମ୍ବାଇରେ ବିକ୍ରି ହେଉଥିବା ଡିଜେଲ୍ ଦରରେ କେନ୍ଦ୍ରର ଟ୍ୟାକ୍ସ ୨୪.୩୮ପଇସା ଓ ରାଜ୍ୟର ଟ୍ୟାକ୍ସ ୨୨.୩୭ ପଇସା।

ସେହିପରି ପେଟ୍ରୋଲ୍ ଲିଟର ପ୍ରତି ୩୧.୫୮ ପଇସା କେନ୍ଦ୍ରର ଓ ରାଜ୍ୟର ୩୨.୫୫ ପଇସା। ତେଣୁ ପେଟ୍ରୋଲ ଓ ଡିଜେଲ୍ର ଦର ବୃଦ୍ଧି ପାଇଁ ରାଜ୍ୟକୁ ଦାୟୀ କରିବା ତଥ୍ୟଭିତ୍ତିକ ନୁହେଁ।” ସେପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଆହୁରି କୁହାଯାଇଛି ” ସିଧାସଳଖ ଶୁଳ୍କ ଓ ଜିଏଶ୍ଟି ମିଶାଇ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ମହାରାଷ୍ଟ୍ରରେ ସର୍ବାଧିକ ୧୫ ପ୍ରତିଶତ ଜିଏସ୍ଟି ଆଦାୟ କରେ। ମହାରାଷ୍ଟ୍ର ଦେଶର ଏକ ନମ୍ବର ରାଜ୍ୟ।” ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts