ଫ୍ରାନ୍‌ସ୍‌ର ବନାଡ୍‌ ଆଲନ୍‌ଙ୍କୁ ଅତିକ୍ରମ କରି ବିଶ୍ବର ତୃତୀୟ ‌ଶ୍ରେଷ୍ଠ ବିତ୍ତଶାଳୀ ବ୍ୟକ୍ତି ତାଲିକାରେ ଗୌତମ ଅଦାନୀ

ନୂଆଦିଲ୍ଲୀ: ବିଶ୍ବର ତୃତୀୟ ‌ଶ୍ରେଷ୍ଠ ବିତ୍ତଶାଳୀ ବ୍ୟକ୍ତି ହେଲେ ଭାରତୀୟ କୋଟିପତି ଗୌତମ ଅଦାନୀ ।। ‘ବ୍ଲୁମ୍‌ବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ୍‌’ ଅନୁସାରେ, ଫ୍ରାନ୍‌ସ୍‌ର ବନାଡ୍‌ ଆଲନ୍‌ଙ୍କୁ ଅତିକ୍ରମ କରି ଭାରତୀୟ କୋଟିପତି ଗୌତମ ଅଦାନୀ ଏହି ସ୍ଥାନ ଅଧିକାର କରିଛନ୍ତି।

‘ବ୍ଲୁମ୍‌ବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ୍‌’ର ଶ୍ରେଷ୍ଠ ୩ଜଣଙ୍କ ମଧ୍ୟରେ ଜଣେ ଏସୀୟ ବ୍ୟକ୍ତି ସ୍ଥାନୀତ ହେବାରେ ଏହା ହେଉଛି ପ୍ରଥମ ଘଟଣା। ଭାରତୀୟ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ଚୀନ୍‌ ‘ଆଲିବାବା ଗ୍ରୁପ୍‌’ର ଜାକ୍‌ ମା’ଙ୍କ ଭଳି ଆହୁରି ଅନେକ ବିତ୍ତଶାଳୀ ଏସୀୟମାନେ ମଧ୍ୟ ଏ ସ୍ତରକୁ ଉଠିବାରେ ସମର୍ଥ ହୋଇ ନ ଥିଲେ।

୧୩୭.୪ ବିଲିୟନ୍‌ ଡଲାର୍‌ ସମ୍ପତ୍ତି ସହ ଫ୍ରାନ୍‌ସ୍‌ର ବନାଡ୍‌ ଆନଲ୍‌ଙ୍କୁ ଅତିକ୍ରମ କରିଯାଇଥିବା ଗ‌ୌତମ ଅଦାନୀ ସମ୍ପ୍ରତି ରାଙ୍କିଙ୍ଗ୍‌ରେ ଏବେ ଆମେରିକାର ଏଲନ୍‌ମସ୍କ୍‌ ଏବଂ ଜେଫ୍‌ ବେଜୋସ୍‌ଙ୍କ ପଛରେ ରହିଛନ୍ତି।

ଦେଶର ଶ୍ରେଷ୍ଠ ବନ୍ଦର ଅପରେଟର୍‌ ଓ କ‌ୋଇଲା ବ୍ୟବସାୟ ସଂସ୍ଥାନ ‘ଅଦାନୀ ଗ୍ରୁପ୍‌’ର ସହସଂସ୍ଥାପକ ହେଉଛନ୍ତି ଗୌତମ ଅଦାନୀ।

ବନାଡ୍‌ ଜିନ୍‌ ଇଟିଏନ୍‌ ଆନଲ୍‌ ହେଉଛନ୍ତି ଫ୍ରାନ୍‌ସ୍‌ର ପ୍ରସିଦ୍ଧ ବ୍ୟବସାୟୀ, ନିବେଶକ ଏବଂ ଚିତ୍ରକଳା ସଂଗ୍ରାହକ। ବିଶ୍ବର ବୃହତ୍ତମ ସୌଖୀନ ସାମଗ୍ରୀ କମ୍ପାନି ‘ଏଲ୍‌ଭିଏମ୍‌ଏଚ୍‌ ମୋଇଟ୍‌ ହେନ୍‌ସି-ଲୁଇ ଭୁଇଟୋ’ର ସହସଂସ୍ଥାପକ, ଅଧ୍ୟକ୍ଷ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ।

ସେହିପରି, ୯୧.୯ ବିଲିୟନ୍‌ ସମ୍ପତ୍ତି ସହିତ ‘ବ୍ଲୁମ୍‌ବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ୍‌’ର ୧୧ଶ ସ୍ଥାନରେ ଅଛନ୍ତି ‘ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌’ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ।

Related Posts