‘ପଦ୍ମଶ୍ରୀ’ ନେବାକୁ ମନା କଲେ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା

ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଝିଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା ସମ୍ମାନ ଜନକ ପଦ୍ମଶ୍ରୀ ପୁରସ୍କାର ନେବାକୁ ମନା କରିଦେଇଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ଦେଶର ସର୍ବୋଚ୍ଚ ସମ୍ମାନ ମଧ୍ୟରୁ ଗୋଟିଏ ପଦ୍ମ ପୁରସ୍କାରର ଘୋଷଣା କରାଯାଇଥିଲା ।

ଏଥର ଚାରି ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ବିଭୂଷଣ, ୧୪ ଜଣଙ୍କୁ ପଦ୍ମ ଭୂଷଣ ଓ ୯୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବା ନେଇ ଘୋଷଣା ହୋଇଥିଲା । 94 ଜଣ ପଦ୍ମଶ୍ରୀ ବିଜେତାଙ୍କ ନାଁ ମଧ୍ୟରେ ଥିଲା ପ୍ରବାସୀ ଭାରତୀୟ ଲେଖିକା ଗୀତା ମେହଟ୍ଟା । କିନ୍ତୁ ଏହି ସମ୍ମାନକୁ ସେ ଅଗ୍ରାହ୍ୟ କରିଦେଇଛନ୍ତି ।

ଆଗକୁ ନିର୍ବାଚନ ଥିବାରୁ ଏହା ଭ୍ରମ ସୃଷ୍ଟି କରିବ, ଏହା ସରକାର ଓ ତାଙ୍କ ନିଜ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥାନ୍ତା ବୋଲି କହିଛନ୍ତି ଲେଖିକା ଗୀତା ମେହଟ୍ଟା । ‘ମୋତେ ପଦ୍ମଶ୍ରୀ ପାଇଁ ଯୋଗ୍ୟ ଭାବିଥିବାରୁ ମୁଁ ଗର୍ବିତ’ ବୋଲି ଗୀତା କହିଛନ୍ତି ।

ଗୀତା ମେହେଟ୍ଟାଙ୍କ ସମେତ ଚଳିତ ବର୍ଷ ପଦ୍ମଶ୍ରୀ ତାଲିକାରେ ଅଛନ୍ତି ଓଡ଼ିଶାରୁ ୩ ଜଣ ବ୍ୟକ୍ତି । ସମାଜସେବୀ ଦୈତାରୀ ନାୟକ, ଡି.ପ୍ରାକଶ ରାଓ ପଦ୍ମଶ୍ରୀ ପୁରସ୍କାର ପାଇବେ । ସେହିପରି କୃଷି କ୍ଷେତ୍ରରେ ଅବଦାନ ପାଇଁ କମଳା ପୂଝାରୀ ପାଇବେ ପଦ୍ମଶ୍ରୀ ।

Related Posts