ହାତ ପରେ ହାତୀ, ବିଏସ୍‌ପିରେ ମିଶିବେ କୃଷ୍ଣ ସଗରିଆ

କଂଗ୍ରେସର ପୂର୍ବତନ ବିଧାୟକ କୃଷ୍ଣ ସଗରିଆ ବିଏସ୍‌ପିରେ ଯୋଗଦେବେ । କୋରାପୁଟର ପୂର୍ବତନ ବିଧାୟକ କିଛି ଦିନ ତଳୁ ବିଧାୟକ ପଦ ଛାଡ଼ିଥିଲେ । ତା’ ପରେ ତାଙ୍କ ଉପରେ କଂଗ୍ରେସ ପକ୍ଷରୁ ନିଆଯାଇଥିଲା କାର୍ଯ୍ୟାନୁଷ୍ଠାନ । ଶ୍ରୀକାନ୍ତ ଜେନାଙ୍କ ସମେତ କୃଷ୍ଣଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଥିଲା ।

ତା’ ପରେ ସେ କେଉଁ ଦଳରେ ଯୋଗ ଦେବେ ସେ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଉଥିବାବେଳେ ମାୟାବତୀଙ୍କ ନେତୃତ୍ବାଧୀନ ବିଏସ୍‌ପିରେ ଯୋଗ ଦେବେ ବୋଲି ଏକ ଘରୋଇ ନ୍ୟୁଜ୍‌ ଚ୍ୟାନେଲ୍‌କୁ ସାକ୍ଷାତକାରରେ କହିଛନ୍ତି କୃଷ୍ଣଚନ୍ଦ୍ର ସଗରିଆ ।

ହାତ ଛାଡ଼ି ହାତୀ ଚଢ଼ିବାକୁ ଯାଉଥିବା କୃଷ୍ଣ କହିଛନ୍ତି ଆମ୍‌ ଆଦ୍‌ମୀ ପାର୍ଟି-ସମାଜବାଦୀ ପାର୍ଟି(ଏସ୍‌ପି) ଓ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମିଶି ମେଣ୍ଟ ଗଢ଼ିବେ । ସଂଖ୍ୟାଲଘୁ, ଦଳିତ ଓ ଜନଜାତିଙ୍କ ପାଇଁ ବିଏସ୍‌ପି କାମ କରୁଛି । ସେମାନଙ୍କର ସ୍ବାର୍ଥରକ୍ଷା ପାଇଁ ବିଏସ୍‌ପିରେ ଯୋଗ ଦେବେ ବୋଲି କହିଛନ୍ତି କୃଷ୍ଣ ।

Related Posts