୧୪ ଦିନ ମଧ୍ୟରେ ଗୁଲାମ ନବୀ ଆଜାଦ ଗଢିବେ ନିଜର ନୂଆ ଦଳ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସରୁ ଇସ୍ତଫା ଦେବା ପରେ ଖୁବଶୀଘ୍ର ନିଜ ଦଳ ଗଠନ କରିବେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ। ୧୪ ଦିନ ମଧ୍ୟରେ ଆଜାଦ ନିଜର ନୂଆ ଦଳ ଗଠନ କରିବେ । ପ୍ରଥମେ ତାଙ୍କର ଏହି ନୂଆ ଦଳ ଜମ୍ମୁ କଶ୍ମୀରରୁ ଅଭିଯାନ ଆରମ୍ଭ କରିବ। ଏ ସମ୍ପର୍କରେ ତାଙ୍କ ଘନିଷ୍ଠ ସହଯୋଗୀ ଜିଏମ ସାରୋରି ସୂଚନା ଦେଇଛନ୍ତି। ଗତକାଲି ଆଜାଦ କଂଗ୍ରେସରୁ ଇସ୍ତଫା ଦେଇଥିଲା ବେଳେ ଜମ୍ମୁ କଶ୍ମୀରିର କଂଗ୍ରେସରୁ କିଛି ନେତା ମଧ୍ୟ ଦଳ ସହ ସମ୍ପର୍କ ଛିନ୍ନ କରି ତାଙ୍କ ସହ ସାଥ ଦେଇଛନ୍ତି।ତେବେ ବିଜେପି ବିରୋଧରେ ତାଙ୍କର ଧର୍ମନରିପେକ୍ଷ ବିଚାରଧାରା ସ୍ପଷ୍ଟ ରହିବ। କୌଣସି ସମୟରେ ବିଜେପି ସହ ହାତ ମିଳାଇବାର ପ୍ରଶ୍ନ ଉଠୁ ନାହିଁ ବୋଲି ଶାରୋରି କହିଛନ୍ତି। ସେହିପରି ବହୁ କଂଗ୍ରେସ ନେତା ଦଳ ଛାଡ଼ି ଆଜାଦଙ୍କ ସହ ସାମିଲ ହେବେ ବୋଲି ସେ କହିଛନ୍ତି। ସେହିପରି ଆଜାଦ ନୂତନ ପାର୍ଟି ଗଠନ ପୂର୍ବରୁ ତାଙ୍କ ଶୁଭେଚ୍ଛୁମାନଙ୍କ ସହ ପରାମର୍ଶ ନେବାକୁ ସେପ୍ଟେମ୍ବର ୪ ରେ ଜମ୍ମୁ ଗସ୍ତ କରିବେ।

ତେବେ ଶୁକ୍ରବାର ଇସ୍ତଫା ଦେବାର କିଛି ଘଣ୍ଟା ପରେ ଆଜାଦ କହିଥିଲେ ଯେ, ସେ ଖୁବ୍ ଶୀଘ୍ର ନିଜର ଏକ ନୂତନ ପାର୍ଟି ଆରମ୍ଭ କରିବେ। ଜମ୍ମୁ କଶ୍ମୀରରେ ଏହାର ପ୍ରଥମ ୟୁନିଟ୍ ସ୍ଥାପନ ହେବ। ଏକ ଜାତୀୟ ଦଳ ଆରମ୍ଭ କରିବାକୁ ମୁଁ ବର୍ତ୍ତମାନ ସୁଦ୍ଧା ତତ୍ପର ନୁହେଁ । କିନ୍ତୁ ଜମ୍ମୁ କାଶ୍ମୀରରେ ନିର୍ବାଚନ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ମୁଁ ସେଠାରେ ଏକ ୟୁନିଟ୍ ଲଞ୍ଚ କରିବାକୁ ନିଷ୍ପତ୍ତି ନେଇଛି ବୋଲି ଆଜାଦ କହିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୦୫ ଜୁଲାଇରୁ ୨୦୦୮ ଜୁଲାଇ ୧୧ ପର୍ଯ୍ୟନ୍ତ ଜମ୍ମୁ କଶ୍ମୀରରେ ମୁଖ୍ୟମନ୍ତ୍ରୀ ଥିଲେ ଆଜାଦ। ଲୋକମାନେ ତାଙ୍କ ଶାସନକୁ ଏକ ସୁବର୍ଣ୍ଣ ଯୁଗ ଭାବରେ ଦେଖନ୍ତି ଏବଂ ଜମ୍ମୁ କଶ୍ମୀରକୁ ବର୍ତ୍ତମାନର ପରିସ୍ଥିତି ଠାରୁ ସେ ବାହାରକୁ ଆଣିବାକୁ ଚାହୁଁଛନ୍ତି ବୋଲି ତାଙ୍କ ସମର୍ଥକ କହିଛନ୍ତି। ଅନ୍ୟପଟେ ସରୋରି କହିଛନ୍ତି ଯେ, ଜମ୍ମୁ କଶ୍ମୀରରେ କଂଗ୍ରେସ ପ୍ରାୟତଃ ଶତ୍ତା ହରାଇଛି। ଆଜାଦ ହେଉଛନ୍ତି ଜଣେ ଧର୍ମନିରପେକ୍ଷ ନେତା । ଯିଏ ବିଗତ ପାଞ୍ଚ ଦଶନ୍ଧି ମଧ୍ୟରେ କଂଗ୍ରେସକୁ ମଜବୁତ କରିବା ପାଇଁ କାର୍ଯ୍ୟ କରିଥିଲେ ବୋଲି ଶାରୋରି କହିଛନ୍ତି।

Related Posts