ଓଡ଼ିଶା ରସଗୋଲାକୁ ମିଳିଲା ଜିଆଇ ଟ୍ୟାଗ୍

ଓଡ଼ିଶା ରସଗୋଲାକୁ ମିଳିଲା ଜିଆଇ ଟ୍ୟାଗ୍ । ରସଗୋଲାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଲାଗି ରହିଥିବା ବିବାଦରେ ପଡିଛି ପୂର୍ଣ୍ଣଚ୍ଛେଦ । ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ଦେବାକୁ ଦୀର୍ଘଦିନରୁ ରାଜ୍ୟ ସରକାର ଦାବି କରି ଆସୁଥିବା ବେଳେ ଏବେ ଓଡ଼ିଶା ରସଗୋଲା ଭାବେ ଜିଆଇ ମାନ୍ୟତା ମିଳିଛି । ଚେନ୍ନାଇ ଜିଆଇ କାର୍ଯ୍ୟାଳୟରୁ ଓଡ଼ିଶା ରସଗୋଲାକୁ ମାନ୍ୟତା ଦିଆଯାଇଥିବା ବେଳେ ଏହାର ପ୍ରମାଣପତ୍ର ମଧ୍ୟ ଦିଆଯାଇଛି । ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଓ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ପକ୍ଷରୁ ଜିଆଇ ଟ୍ୟାଗ୍ ହାସଲ ପାଇଁ ଆବେଦନ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ବହୁ ଆଦିମ କାଳରୁ ରସଗୋଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଲାଗି ହୋଇ ଆସୁଛି । ତେଣୁ ରସଗୋଲାକୁ ନେଇ ଓଡିଆଙ୍କର ବହୁ ଭାବପ୍ରବଣତା ରହିଛି । ଉଭୟ ରାଜ୍ୟ ରସଗୋଲାକୁ ନିଜର ବୋଲି ଦାବୀ କରିଥିଲେ । ତେବେ ଶେଷରେ ଓଡିଶାର ବିଜୟ ହୋଇଛି ।

Related Posts