ପାଣ୍ଡିଆନଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ବ , ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସହ ୫-ଟି ସଚିବ ଭାବେ ଦାୟିତ୍ୱ ତୁଲାଇବେ

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନନଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସହ ସେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଏବଂ ଟ୍ରାନ୍ସଫର୍ମେସନ ଆଣ୍ଡ ଇନିସିଏଟିଭ(୫ଟି) ଦାୟିତ୍ବରେ ରହିବେ ।

ଏହି 5T ପ୍ଲାନର ଲକ୍ଷ୍ୟ ରହିଛି ଟ୍ରାନ୍ସପେରେନ୍ସି ,ଟିମ ୱାର୍କ, ଟେକ୍ନୋଲୋଜୀ, ଟାଇମ ଓ ଟ୍ରାନ୍ସଫରମେସନ । ଏଥିରେ ସରକାରୀ ସ୍ତରରେ ମୋ କଲେଜ ,ମୋ ସ୍କୁଲ ଭଳି କ୍ୟାମ୍ପେନ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ, ଯେଉଁଥିରେ ସ୍କୁଲ କଲେଜର ପୂର୍ବତନ ଛାତ୍ରଛାତ୍ରୀମାନେ ନିଜ ସ୍କୁଲ ଏବଂ କଲେଜରେ ଉନ୍ନତି ଆଣିବା ପାଇଁ ସରକାରଙ୍କୁ ସାହାଯ୍ୟ କରିପାରିବେ ।

ମୁଖ୍ୟମନ୍ତ୍ରୀ ୫ଟି ଉପରେ ଗୁରୁତ୍ବ ଦେବାକୁ ସରକାରୀ ଅଧିକାରୀ ଏବଂ ଦଳୀୟ ନେତାଙ୍କୁ ପରାମର୍ଶ ଦେଇ ଆସୁଛନ୍ତି । ଏହି ୫ଟି ହିଁ ରାଜ୍ୟ ବିକାଶର ମୂଳମନ୍ତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଆସୁଛନ୍ତି । ଏହାକୁ ବାସ୍ତବ ରୂପ ରେଖ ଦେବା ପାଇଁ ଏକ ସ୍ବତନ୍ତ୍ର ବିଭାଗ ଗଠନ ଓ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଏହାର ଦାୟିତ୍ବ ପ୍ରଦାନ ନିଶ୍ଚୟ ମୁଖ୍ୟମନ୍ତ୍ରୀ ଏହାକୁ ନେଇ କେତେ ଗୁରୁତ୍ବ ଦେଉଛନ୍ତି ତାହା ସୂଚନା ଦେଉଛି ।

Related Posts