ବିଶ୍ୱରେ ପ୍ରତି ୪୪ ସେକେଣ୍ଡରେ କୋଭିଡ-୧୯ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଛି: ହୁ ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ: ମହାମାରୀ କରୋନାରେ ସମଗ୍ର ବିଶ୍ବକୁ କବଳିତ କରି ରଖିଛି । ଗତ ଦୁଇ ବର୍ଷ ହେଲା ସଂକ୍ରମଣ ଓ ମୃତ୍ୟୁ ସାଂଖ୍ୟ ବୃଦ୍ଧି ପାଉଥିବା ବେଳେ, ଏବେ ରୋଗୀ ସଂଖ୍ୟା ହ୍ରାସ ପାଉଛି । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଲୋକଙ୍କୁ ସତର୍କ ରହିବାକୁ ଚେତାବନୀ ଦେଇଛି।

ବିଶ୍ୱରେ ପ୍ରତି ୪୪ ସେକେଣ୍ଡରେ କୋଭିଡ-୧୯ରେ ଆକ୍ରାନ୍ତ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଛି ବୋଲି ହୁ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଦନୋମ ଗ୍ରେବେୟେସେସ୍‌ କହିଛନ୍ତି । ଏହି ଭୂତାଣୁ କେବେ ବି ଲୋପ ପାଇବ ନାହିଁ ଏବଂ ଆମକୁ ଏହା ସହିତ ସତର୍କତାର ସହିତ ଚଳିବାକୁ ହେବ ବୋଲି ସେ କହିଛନ୍ତି।

ଫେବ୍ରୁଆରିରୁ ସାପ୍ତାହିକ ମୃତ୍ୟୁରେ ୮୦% ହ୍ରାସ ହୋଇଥିଲେ ମଧ୍ୟ ଗତ ସପ୍ତାହରେ ପ୍ରତି ୪୪ ସେକେଣ୍ଡରେ ଜଣେ ବ୍ୟକ୍ତି କୋଭିଡ -୧୯ରେ ମୃତ୍ୟୁ ବରଣ କରିଥିଲେ ବୋଲି ଗେବ୍ରେୟେସେସ୍‌ କହିଛନ୍ତି ।

Related Posts