ସୋନାଲି ଫୋଗଟ ହତ୍ୟା ଘଟଣା; ସିବିଆଇକୁ ମାମଲା ହସ୍ତାନ୍ତର କରିବ ଗୋଆ ପୋଲିସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅଭିନେତ୍ରୀ ତଥା ଭାଜପା ନେତ୍ରୀ ସୋନାଲି ଫୋଗଟଙ୍କ ରହସ୍ୟଜନକ ମୃତ୍ୟୁ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଏସବୁ ଭିତରେ ସୋନାଲି ଫୋଗାଟ ହତ୍ୟା ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଗୋଆ ପୋଲିସ ନିଷ୍ପତ୍ତି ନେଇଛି। ତେବେ ସୋନାଲିଙ୍କ ପରିବାର ସଦସ୍ୟ ମାନେ ପୋଲିସର ତଦନ୍ତରେ ଖୁସି ନ ଥିଲେ । ସୋନାଲିଙ୍କ ଝିଅ ଯଶୋଧରା ବାରମ୍ବାର ଏହି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରୁଥିଲେ। ଏପରିକି ପୋଲିସ ତଦନ୍ତରେ ତାଙ୍କର ବିଶ୍ୱାସ ନ ଥିବା ମଧ୍ୟ ଯଶୋଧରା କହିଥିଲେ। କିଛି ଦିନ ପୂର୍ବରୁ ଯଶୋଧରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ଲେଖି ନିଜ ମା’ଙ୍କ ହତ୍ୟା ଘଟଣାରେ ସିବିଆଇ ତଦନ୍ତ କରାଯିବା ଉଚିତ ବୋଲି କହିଥିଲେ।

ସୂଚନାଯୋଗ୍ୟ ଯେ, ସୋନାଲି ଫୋଗାଟ ଅଗଷ୍ଟ ୨୩ରେ ଗୋଆର ଏକ ରେଷ୍ଟୁରାଣ୍ଟରେ ଅଚେତ୍‌ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ତାଙ୍କୁ ରେଷ୍ଟୁରାଣ୍ଟରୁ ଡାକ୍ତରଖାନା କୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏପର୍ଯ୍ୟନ୍ତ ଗୋଆ ପୋଲିସ ଏହି ମାମଲାରେ ସୋନାଲିଙ୍କ ପିଏ ସୁଧୀର ସାଙ୍ଗୱାନ ଏବଂ ତାଙ୍କ ସାଥୀ ସୁଖବିନ୍ଦରଙ୍କୁ ଗିରଫ କରିଛି।

Related Posts