ହଟହଟା ହେଲେ କେରଳ ରାଜ୍ୟପାଳ

(ସତ୍ୟପାଠ ବ୍ୟୁରୋ) ଥିରୁଅନନ୍ତପୁରମ: ନାଗରିକତା ସଂଶୋଧନ ଆଇନ ବିରୋଧରେ କେରଳ ବିଧାନସଭାରେ ହଙ୍ଗାମା । ବିଧାନସଭାରେ ହଟହଟା ହେଲେ ରାଜ୍ୟାପଳ ଆରିଫ ମହମ୍ମଦ ଖାଁ । ଆରିଫ ସାହାବଙ୍କୁ ବାଟ ଓଗାଳିଲେ ବିରୋଧୀ ବିଧାୟକ । ସିଏଏ ରଦ୍ଦ କରିବାକୁ ଦେଖାଇଲେ ବ୍ୟାନର । ଏହା ସହ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି ଗୃହ ତ୍ୟାଗ କରିଛନ୍ତି ବିରୋଧୀ ସଦସ୍ୟ ।

  • କେରଳ ବିଧାନସଭାରେ ରାଜ୍ୟପାଳଙ୍କୁ ବିରୋଧ

  • ହଟହଟା ହେଲେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ

  • ଆରିଫ ମହମ୍ମଦ ଖାନଙ୍କୁ ବିରୋଧ କଲେ UDF ବିଧାୟକ

  • ସିଏଏ ପ୍ରସଙ୍ଗରେ ରାଜ୍ୟପାଳଙ୍କ ଉପରେ ଅସନ୍ତୁଷ୍ଟ ବିଧାୟକ

ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଗୃହରେ ରାଜ୍ୟପାଳଙ୍କୁ ବିରୋଧ କରାଯାଇଛି । ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ବିଧାନସଭାରେ ପାରିତ ହୋଇଥିବା ପ୍ରସ୍ତାବ ଉପରେ ରାଜ୍ୟପାଳ ଅସହମତି ପ୍ରକାଶ କରିଥିଲେ । ଏହା ବିରୋଧରେ ନାରାବାଜି କରିଛନ୍ତି କଂଗ୍ରେସ ନେତୃତ୍ବାଧୀନ ବିରୋଧୀ । ଏପରିକି ବିରୋଧୀଦଳ ନେତା ରମେଶ ଚେନିଥାଲ୍ଲା ରାଜ୍ୟପାଳଙ୍କୁ ଫେରାଇ ନେବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ପ୍ରସ୍ତାବ ଗୃହରେ ଆଗତ କରିଥିଲେ । ଏହା ଗୃହିତ ନହେବାରୁ ରାଜ୍ୟପାଳଙ୍କ ଅଭିଭାଷଣ ଚାଲିଥିବା ବେଳେ ବିରୋଧୀମାନେ ପ୍ରତିବାଦରେ ଗୃହତ୍ୟାଗ କରିଥିଲେ ।

Related Posts