(ସତ୍ୟପାଠ ବ୍ୟୁରେ) ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଲେ ବିଶ୍ବର ପୂର୍ବତନ ଏକ ନମ୍ବର ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହ୍ବାଲ । ସାଇନାଙ୍କ ସହ ତାଙ୍କ ଭଉଣୀ ଚନ୍ଦ୍ରାଂଶୁ ବି ପଦ୍ମ ଧରିଛନ୍ତି । ବିଜେପି ମୁଖ୍ୟାଳୟରେ ସ୍ବତନ୍ତ୍ର ସମାରୋହରେ ଦଳରେ ସାମିଲ ହୋଇଛନ୍ତି ଦୁଇ ଭଉଣୀ । ବିଶ୍ବର ପୂର୍ବତନ 1 ନମ୍ବର ବ୍ୟାଡମିଣ୍ଟନ ଖେଳାଳୀ ସାଇନା ପୂର୍ବରୁ ପଦ୍ମଶ୍ରୀ ,ପଦ୍ମଭୂଷଣ ଖେଳରତ୍ନ ପାଇସାରିଛନ୍ତି । ପ୍ରଥମ ମହିଳା ବ୍ୟାଡମିଣ୍ଟନ ତାରକା ଭାବେ ଅଲିମ୍ପିକ୍ ପଦକ ଜିତିଥବା ସାଇନା ଆଜି ବିଜେପି ନେତାଙ୍କ ଉପସ୍ଥିତିରେ ରାଜନୀତିରେ ଯୋଗ ଦେଇଛନ୍ତି । ତାଙ୍କ ସହ ଭଉଣୀ ଚନ୍ଦ୍ରାଂଶୁ ନେହୱାଲ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି ।
-
ପଦ୍ମ ପୋଖରୀକୁ ଲମ୍ପ ମାରିଲେ ସାଇନା ନେହ୍ବାଲ
-
ବିଜେପିରେ ଯୋଗଦେଲେ ବିଶ୍ବର ପୂର୍ବତନ ଏକ ନମ୍ବର ବ୍ୟାଡମିଣ୍ଟନ ଖେଳାଳି ସାଇନା
-
‘ମୋ ପାଇଁ ଆଜି ବହୁତ ଭଲ ଦିନ’
-
ଦେଶ ପାଇଁ ବହୁତ ଭଲ କରୁଥିବା ଦଳରେ ଯୋଗ ଦେଇ ମୁଁ ବହୁତ ଖୁସି: ସାଇନା
। ରାଜନୀତି ମୋତେ ଭଲ ଲାଗେ: ସାଇନା
ବିଜେପିରେ ଯୋଗଦେବା ପରେ ସାଇନା ନେହ୍ବାଲ କହିଛନ୍ତି ଯେ ଦେଶ ପାଇଁ ଦିନ ରାତି କାମ କରୁଥିବାରୁ ମୋଦିଙ୍କ ନେତୃତ୍ବରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ଯୋଗ ଦେଇଛି । ଖେଲୋ ଇଣ୍ଡିଆ ଜରିଆରେ ମୋଦି କ୍ରୀଡ଼ା ପାଇଁ ବହୁତ କିଛି କରୁଛନ୍ତି । ଏବେ ମୋ ପାଇଁ ସବୁ ନୂଆ ତେଣୁ ସବୁ କିଛି ମୋତେ ଭଲ ଲାଗୁଛି । ମୋତେ ରାଜନୀତି ଭଲ ଲାଗେ । ଖେଲୋ ଇଣ୍ଡିଆ ମାଧ୍ୟମରେ ଯୁବବର୍ଗଙ୍କୁ ଖେଳିବାର ମୌକା ମିଳୁଛି ।
। ସାଇନାଙ୍କ କ୍ୟାରିୟର
ହରିୟାଣାରେ ଜନ୍ମ ହୋଇଥିବା 29 ବର୍ଷୀୟ ସାଇନା ଭାରତର ଜଣେ ଜଣାସୁନା ବ୍ୟାଡମିଣ୍ଟନ ଖେଳାଳି । ବ୍ୟାଡମିଣ୍ଟନରେ ଏକ ନମ୍ବର ହୋଇସାରିଥିବା ସାଇନାଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ଓ ଅର୍ଜନ ପୁରସ୍କାର ତେବେ ଜଣେ କ୍ରୀଡ଼ାବିତ ହିସାବରେ ସେ ରାଜନୀତିକୁ ଆସିବାରେ ପ୍ରଥମ ନୁହନ୍ତି । ତାଙ୍କ ପୂର୍ବରୁ ବହୁ କ୍ରୀଡ଼ାବିତ ରାଜନୀତିରେ ପାଦ ଥାପିଛନ୍ତି । ସାଧାରଣ ନିର୍ବାଚନ ପୂରଗ୍ବରୁ କ୍ରିକେଟର ଗୌତମ ଗମ୍ଭୀର ବିଜେପିରେ ଯୋଗଦେଇ ଦିଲ୍ଲୀରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଅଲିମ୍ପିକ୍ରେ ୩ ଥର ଦେଶକୁ ପ୍ରତିନିଧିତ୍ୱ କରିଥିବା ନେହୱାଲ ଦ୍ୱିତୀୟ ପ୍ରୟାସରେ କାଂସ୍ୟ ପଦକ ପାଇଥିଲେ । ସେ ୧୧ଟି ସୁପରସିରିଜ୍ ଟାଇଟଲ୍ ସହ ୨୪ ଅନ୍ତର୍ଜାତୀୟ ଟାଇଟଲ୍ ଜିତିସାରିଛନ୍ତି ।