
(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଗୁଗୁଲ ଏବଂ ଆଲଫାବେଟ ସି ଇ ଓ ସୁନ୍ଦର ପିଚାଇ କରୋନା ମହାମାରୀର ର ଦ୍ୱିତୀୟ ଲହର ବିରୋଧରେ ଭାରତର ଯୁଦ୍ଧରେ ସମର୍ଥନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍ ରେ ସମ୍ବୋଧିତ କରିବା ସମୟରେ’ କରୋନା ମହାମାରୀକୁ ତୁଫାନ ‘ବୋଲି କହିଥିଲେ। ଟୁଇଟରରେ ସୁନ୍ଦର ପିଚାଇ କହିଛନ୍ତି, “ଭାରତରେ ଦିନକୁ ଦିନ ବଢୁ ଥିବା ସଙ୍କଟକୁ ଦେଖି ନିରାଶ ହୋଇପଡିଛି ବୋଲି କହିଥିଲେ । ଗୁଗୁଲ ଏବଂ ଗୁଗଲର୍ସ ୟୁନିସେଫକୁ 135 କୋଟି ଟଙ୍କା ଅର୍ଥ ପ୍ରଦାନ କରିଛନ୍ତି । କରୋନା ସଂକ୍ରମଣ ସହ ଯେଉଁ ଭାବରେ ଲଢେଇ କରୁଛି ଭାରତକୁ ସାହାଯ୍ୟ କରିବା ପାଇଁ ନିବେଦନ କରି କହିଛନ୍ତ ଗୁଗଲ ସି ଇ ଓ ସୁନ୍ଦର ପିଚାଇ । ତେବେ ସଂକ୍ରମଣ ଦିନକୁ 3 ଲକ୍ଷ ଅତିକ୍ରମ କରିଛି ଏବଂ ମାମଲା ବଢିବାରେ ଲାଗିଛି। ଗତ 24 ଘଣ୍ଟା ମଧ୍ୟରେ ପ୍ରାୟ 3,52,991 ଅଧିକ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ଏକତ୍ରିତ କାଜେଲୋଡ୍ 1,73,13,163 କୁ ନେଇ ଆଜି ସକାଳ 8 ଟାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଅପଡେଟ୍ ହୋଇଥିବା ତଥ୍ୟରୁ ଜଣାପଡିଛି ।