ଆକ୍ସନରେ ମାନ ସରକାର: ଅକାଳି ନେତା ବିକ୍ରମ ମଜିଠିଆ ଡ୍ରଗ୍ସ କେସର ତଦନ୍ତ ନେଇ ନୂଆ SIT ଟିମ ଗଠନ ପାଇଁ ଦେଲେ ନିର୍ଦ୍ଦେଶ

ବରିଷ୍ଠ ଅକାଳୀ ନେତା ତଥା ପୂର୍ବତନ ମନ୍ତ୍ରୀ ବିକ୍ରମ ସିଂ ମଜିଠିଆଙ୍କ ବଢ଼ିବାକୁ ଯାଉଛି ଅଡ଼ୁଆ । ଡ୍ରଗ୍ସ କାରବାର ଅଭିଯୋଗରେ ଛନ୍ଦି ହୋଇଥିବା ମନ୍ତ୍ରୀ ବିକ୍ରମ ସିଂଙ୍କ ତଦନ୍ତକୁୁ ତ୍ବରାନ୍ବିତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ମାନ ସରକାର । ଆଜି ଘଟଣାର ତଦନ୍ତ ଜାରି ପାଇଁ ନୂଆ SIT ଟିମ ଗଠନ କରିବା ପାଇଁ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ମାନଙ୍କର ଏହା ହେଉଛି ପୋଲିସ ଓ ଆଇନ ଶୃଙ୍ଖଳା ସମ୍ପର୍କିତ ପ୍ରସଙ୍ଗରେ ପ୍ରଥମ ନିର୍ଦ୍ଦେଶ ।

ମିଳିଥିବା ସୂଚନା ଅନୁସାରେ, ଗଠନ ହେବାକୁ ଥିବା ନୂଆ ଏସଆଇଟି ଟିମ AIG ଗୁରୁଶରଣ ସିଂ ସାନ୍ଧୁଙ୍କ ନେତୃତ୍ୱରେ କାର୍ଯ୍ୟ ଆରମ୍ଭ କରିବାକୁ ଥିବାବେଳେ ଏଥିରେ ଅନ୍ୟ ୪ଜଣ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ସାମିଲ ରହିବେ । ଏଆଇଜି ରାହୁଲ ଏସ ଏବଂ ରଣଜିତ ସିଂଙ୍କ ବ୍ୟତୀତ ଅନ୍ୟ ଦୁଇ ଜଣ ଡିଏସପି ପ୍ୟାହାର ଦୁଇ ଅଧିକାରୀଙ୍କୁ ମଧ୍ୟ ସ୍ଥାନ ମିଳିଛି ।ପୂର୍ବରୁ ଏସଆଇଟି ଟିମ ଏଆଇଜି ବଲରାଜ ସିଂଙ୍କ ନେତୃତ୍ୱରେ ତଦନ୍ତ କାର୍ଯ୍ୟ ଜାରି ରଖିଥିବାବେଳେ ଏଥିରେ ୩ଜଣ ସଦସ୍ୟ ରହିଥିଲେ । ତେବେ ମାନ ସରକାର ଆସିବା ପରେ ତଦନ୍ତରେ ଶିଥିଳତା ଅନୁଭବ କରିବା ସହ ନୂଆ ଏସଆଇଟି ଗଠନ ନେଇ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତବର୍ଷ (2021) ମସିହା ଡିସେମ୍ବର 20 ତାରିଖରେ NDPS ଅଧିନିୟମ ଅଧୀନରେ ପଞ୍ଜୀକୃତ ହୋଇଥିବା FIR ଆଧାରରେ ମଜିଠିଆଙ୍କ ବିରୋଧରେ ମାମଲା ଦାଏର ହୋଇଥିଲା ।

Related Posts