ବିବିସି ଓ ଅଲଜଜିରାକୁ ଭାରତ ସରକାରଙ୍କ ନୋଟିସ

ସତ୍ୟପାଠ ବ୍ୟୁରୋ : ଆନ୍ତରାଷ୍ଟ୍ରୀୟ ଗଣମାଧ୍ୟମ ସଂସ୍ଥା ବିବିସି ଓ ଅଲଜଜିରାକୁ ଭାରତ ସରକାରଙ୍କ ନୋଟିସ । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରରେ ଏକ ବଡ ଧରଣର ବିକ୍ଷୋଭ ହୋଇଥିବା ନେଇ ଏ ଦୁଇଟି ଚାନେଲ ଭିଡିଓ ଦେଖାଇଥିଲେ । ଉକ୍ତ ଭିଡିଓକୁ ଚାନେଲ ସତ ବୋଲି ଦାବି କରୁଥିବା ବେଳେ ଏହାର ସତ୍ୟତା ସମ୍ପର୍କରେ ସ୍ପଷ୍ଟୀକରଣ ମାଗିଛନ୍ତି ସରକାର । ଯଦି ଏଭଳି ଘଟିଛି ବୋଲି ଚାନେଲ ମାନଙ୍କ ପାଖରେ ପ୍ରମାଣ ଅଥବା ର’ ଫୁଟେଜ ରହିଛି ତାହା ସରକାରଙ୍କୁ ଦେଖାଇବାକୁ କୁହାଯାଇଛି ।

ତେବେ ଆଜି ଏକ ଘଟଣାକ୍ରମରେ ଏହାକୁ କିଛିକାଂଶରେ ମାନିଛନ୍ତି ସରକାର । ଗୃହମନ୍ତ୍ରଣାଳୟ ପକ୍ଷରୁ ଏକ ଟୁଇଟ କରି କୁହାଯାଇଛି, ଉକ୍ତଦିନ ସ୍ଥାନୀୟ ମସଜିଦରୁ ନମାଜ ସାରି ଫେରୁଥିବା ବେଳେ କିଛି ଲୋକ ଏକାଠି ହୋଇଥିଲେ ।

Related Posts