ରାଜ୍ୟସଭା ଉପ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ

ସତ୍ୟପାଠ ବ୍ୟୁରୋ : ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ରାଜସ୍ଥାନରୁ ରାଜ୍ୟସଭା ଉପ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଓ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ ମନମୋହନ ସିଂହଙ୍କ ସହ ପ୍ରାର୍ଥୀପତ୍ର ଦାଖଲ ବେଳେ ଉପସ୍ଥିତ ଥିଲେ।

ରାଜ୍ୟ ବିଜେପି ଅଧ୍ୟକ୍ଷ ମଦନ ଲାଲ ସାଇନିଙ୍କ ମୃତ୍ୟୁ ପରେ ଏହି ପଦ ଖାଲି ପଡ଼ିଛି। ଗତ ବର୍ଷ ରାଜ୍ୟରେ ବିଜେପି ଶାସନରେ ଥିବା ବେଳେ ସାଇନି ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ଏବେ ରାଜସ୍ଥାନରେ କଂଗ୍ରେସ ଶାସନ କରୁଛି। ଡ. ସିଂହ ଗତ ୨୮ ବର୍ଷ ହେବ ରାଜ୍ୟସଭାରେ ଆସାମକୁ ପ୍ରତିନିଧିତ୍ୱ କରି ଆସୁଥିଲେ। ତାଙ୍କ କାର୍ଯ୍ୟକାଳ ଚଳିତବର୍ଷ ଶେଷ ହୋଇଛି।

Related Posts