ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ସରକାରଙ୍କ ନୂଆ ଗାଇଡଲାଇନ; ଏଣିକି ଏୟାରପୋର୍ଟରେ ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର,୨୩/୧୨(ସତ୍ୟପାଠ ବ୍ୟୁରୋ): ଚୀନ ସହ ବିଶ୍ଵର ଅନେକ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ସତର୍କ ହୋଇଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଏହାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭେୟଙ୍କ ସମେତ ଅନେକ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ବୈଠକ ପରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ବିମାନ ବନ୍ଦରରେ ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କୁ ଟେଷ୍ଟିଂ ପାଇଁ ଗାଇଡଲାଇନ ଜାରି କରିଛନ୍ତି।

ବୈଠକ ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଉଚ୍ଚସ୍ତରୀୟ ଚିଠି ଲେଖାଯାଇଛି। ସରକାର ଗୁରୁବାର କହିଛନ୍ତି ଯେ ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କର ୨୪ ଡିସେମ୍ବର ଠାରୁ କରୋନା ଟେଷ୍ଟ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ୨ ପ୍ରତିଶତ ଯାତ୍ରୀଙ୍କ ଟେଷ୍ଟ କରାଯିବ। ଯେଉଁଥିରେ ଭିନ୍ନ ଭିନ୍ନ ଦେଶର ଯାତ୍ରୀଙ୍କ ଟେଷ୍ଟିଂ କରାଯିବ। ଚିଠିରେ ଏହା ମଧ୍ୟ ଲେଖାଯାଇଛି ବିମାନ ବନ୍ଦରରେ ପହଞ୍ଚିବା ପରେ ଏହି ଯାତ୍ରୀଙ୍କୁ କରୋନା ଟେଷ୍ଟ କିଟ୍ ଦିଆଯିବ। ତେ​‌ବେ କେଉଁ ଯାତ୍ରୀଙ୍କ ଟେଷ୍ଟ ହେବ, ଏହାର ନିଷ୍ପତ୍ତି ଉକ୍ତ ଏୟାରଲାଇନ୍ସ ତରଫରୁ କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି।

Related Posts