ଜିପିଆରଏସ ସର୍ଭେ ବିବାଦ; ରାଜ୍ୟ ସରକାର ଡକାୟତ ଭଳି କାମ କରୁଛନ୍ତି: ନରସିଂହ

ସତ୍ୟପାଠ ବ୍ୟୁରୋ, ୨୨/୦୫: ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦରେ ପୁଣି ଥରେ ଅଡ଼ୁଆରେ ଫସିଛନ୍ତି ରାଜ୍ୟ ସରକାର। ଆଉ କାମ ଦେଉନି ସରକାରଙ୍କ ମିଛ। ସାଂସଦ ପିନାକୀ ମିଶ୍ର ଜିପିଆରଏସ ସର୍ଭେ ପ୍ରସଙ୍ଗରେ ଟୁଇଟରରେ ବାହାସ୍ପୋଟ ମାରିବାର ୪୮ ଘଣ୍ଟା ନ ପୁରୁଣୁ ରାଜ୍ୟ ସରକାରଙ୍କ ଗଳାବାଟ କେଲେଙ୍କାରୀ ଧରାପଡ଼ିଯାଇଛି। ରାତି ଅଧିଆ ଚାଲିଛି ଜିପିଆରଏସ ସର୍ଭେ। ରାଜ୍ୟ ବାହାର ଗୋଟିଏ ସଂସ୍ଥା ଜରିଆରେ ଚାଲିଛି ଲୁଚାଛପାରେ ଜିପିଆରଏସ ସର୍ଭେ କାମ ।

ଏହାକୁ ନେଇ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ରାଜ୍ୟ ସରକାର ଘନ ଅନ୍ଧକାରରେ ଡକାୟତ ଭଳି କାମ କରୁଛନ୍ତି ବୋଲି କହିଛନ୍ତି ନରସିଂହ ମିଶ୍ର। ଦିନବେଳା କାମ କରିବାରେ କଣ ଅସୁବିଧା ରହିଛି ବୋଲି ପ୍ରଶ୍ନ କରିଛନ୍ତି ମିଶ୍ର। ରାତ୍ରି ଅନ୍ଧକାରରେ ଚୋର ଡକାୟତ ମାନେ କାମ କରିଥାନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି। ସରଜମିନ ତଦନ୍ତ ପାଇଁ କାହିଁକି ବାଚସ୍ପତି ଗୃହ କମିଟି ପୁରୀ କୁ ପଠାଉନାହାନ୍ତି ବୋଲି ନରସିଂହ ପ୍ରଶ୍ନ କରିଛନ୍ତି। ଏକ ସର୍ବଦଳୀୟ ବିଧାୟକଙ୍କ କମିଟି ଠାରୁ ଅଧିକ ବିଶ୍ୱସନୀୟ ଏବଂ ନିରପେକ୍ଷ ତଦନ୍ତ ଅନ୍ୟ କୌଣସି ସଂସ୍ଥା କରିପାରିବ ନାହିଁ ବୋଲି ସେ କହିଛନ୍ତି।

ସରକାର ବୁଝିଗଲେଣି ଯେ ଆଉ ଅଧିକ ତୋଡ ଦେଖେଇ ବେଆଇନ କାମ ଉପରେ ଚୂନ ଲେପି ପାରିବେ ନାହିଁ। ତେଣୁ ବାଧ୍ୟ ହୋଇ ଲୁଚେଇ ଛପେଇ ଜିପିଆରଏସ ସର୍ଭେ କାମ ଚଲେଇଛନ୍ତି। ଏଭଳି ତରବରିଆ ଭାବେ ଜିପିଆରଏସ ସର୍ଭେ ରିପୋର୍ଟ କରିବା ପଛର ମୂଳ ଉଦ୍ଦେଶ୍ୟ ହେଉଛି ହାଇକୋର୍ଟରେ ଜୁନ ୨୦ ସୁଦ୍ଧା ଦେବାକୁ ଥିବା ସତ୍ୟପାଠ ରେ ସରକାର ଏହି ରିପୋର୍ଟ କୁ ଗୁଞ୍ଜି ଦେବା ଭଳି ଚକ୍କର ରେ ଅଛନ୍ତି ବୋଲି ଜଣାପଡ଼ୁଛି।

ଏଠାରେ ପ୍ରଶ୍ନ, ଜିପିଆରଏସ ସର୍ଭେ ଏବେ କାହିଁକି? ପ୍ରକଳ୍ପ କାମ ଆରମ୍ଭ ପୂର୍ବରୁ ହେବାର ଥିଲା। ସବୁ ଖୋଳା ତୋଡା ହେବା ପରେ ଜିପିଆରଏସ ସର୍ଭେ କରିବାର ମାନେ କିଛି ନାହିଁ।

Related Posts