କୋଭିଡ-୧୯ ଡ୍ୟୁଟିରେ ଥିବା ଆମ୍ବୁଲାନ୍ସ ଗୁଡିକରେ ଜିପିଏସ ଟ୍ରାକିଂ ସିଷ୍ଟମ ଆରମ୍ଭ କଲା ବିଏମସି

bbsr ambulance

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ଅଣାୟତ୍ତ୍ୱ ହେବାରେ ଲାଗିଛି । ଏପରି ମୁହୁତ୍ତରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ବଡ ନିଷ୍ପତ୍ତି ନେଇଛନ୍ତି । ତେବେ ଜରୁରୀକାଳୀନ ଯାନଗୁଡିକରେ ଜିପିଏସ ଟ୍ରାକିଂ ଆରମ୍ଭ କରାଯାଇଛି । କୋଭିଡ ପରିଚାଳନା ପ୍ରୋଗ୍ରାମ ଅଧୀନରେ ସହରରେ ମୋଟ ୬୪ଟି ଆମ୍ବୁଲାନ୍ସ ସେବା ଜାରି ରହିଛି । ସବୁଠାରୁ ରୋଚକ କଥାଟି ହେଉଛି ସେଥିମଧ୍ୟରୁ ୪୦ଟିରେ ଜିପିଏସ ଲାଗିଯାଇଛି । ବାକି ରହିଥିବା ଅନ୍ୟ ଆମ୍ବୁଲାନ୍ସ ଗୁଡିକରେ ମଧ୍ୟ ଖୁବଶୀଘ୍ର ଜିପିଏସ ଲଗାଯିବ ବୋଲି ସୂଚନା ମିଳିଛି ।

ବିଏମସି ଦ୍ୱାରା ଦିଆଯାଇଥିବା କୋଭିଡ କେୟାର ନମ୍ବର ୧୯୨୯ରେ ଟେଲିପରାମର୍ଶ ପରେ ରୋଗୀକୁ DCH କିମ୍ବା CCCକୁ ସ୍ତାନାନ୍ତରିତ କରାଯାଇଥାଏ । ଏହା ପରେ ବିଏମସି କୋଭିଡ ହସ୍ପିଟାଲ କିମ୍ବା ଉଉଉ ମଧ୍ୟରୁ ଗୋଟିଏରେ ବେଡ ଦେଇଥାଏ । ଏହି ଆମ୍ବୁଲାନ୍ସ ଗୁଡିକ ବର୍ତ୍ତମାନ ରିଅଲ ଟାଇମ ଟ୍ରାକିଂ ପାଇଁ ଅନ୍ୱୋର୍ଡ ଜିପିଏସ ୟୁନିଟ ସହ ସଜାଯାଇଛି । ଏପରି ହେବା ଦ୍ୱାରା ଅତି ସହଜରେ ଆମ୍ବୁଲାନ୍ସର ଗତି ବିଧିକୁ ନଜର ରଖାଯାଇ ପାରିବ ଏବଂ ସହଜରେ ଆମ୍ବୁଲାନ୍ସ ସେବା ମିଳି ପାରିବ । ଅନ୍ୟପଟେ ୬୪ଟି ଆମ୍ବୁଲାନ୍ସ ମଧ୍ୟରୁ ୩ଟି ବିଏମସି ଅଧୀନରେ ଥିବାବେଳେ ୩ଟି ପ୍ରଶାସନିକ ଜୋନ ସହିତ ରହିଛି । ତେବେ ଏହି ସଂଖ୍ୟା ପ୍ରତ୍ୟେକ ଜୋନରେ ୭କୁ ବୃଦ୍ଧି କରାଯିବା ସହ ଆମ୍ବୁଲାନ୍ସ କାର୍ଯ୍ୟ ପାଇଁ ଜୋନାଲ କଣ୍ଟ୍ରୋଲ ରୁମ ଅନ୍ତର୍ଗତ ପ୍ରତ୍ୟେକ ଜୋନରେ ୧୦ଟି ଆମ୍ବୁଲାନ୍ସ ଉପଲବ୍ଧ କରାଯାଇଛି ।

Related Posts