ଡିଆରଡିଓକୁ ବଡ଼ ସଫଳତା; ଚାନ୍ଦିପୁରରେ ଜାହାଜ ବିଧ୍ଵଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଡିଆରଡିଓକୁ ବଡ଼ ସଫଳତା । ତେବେ ପ୍ରତିରକ୍ଷା ଅନୁସନ୍ଧାନ ବିକଶିତ ସଂସ୍ଥା(ଡିଆରଡିଓ)କୁ ଆଉ ଏକ ସଫଳତା। ଜାହାଜ ବିଧ୍ଵଂସୀ କ୍ଷେପଣାସ୍ତ୍ରକୁ ଚାନ୍ଦିପୁରରେ ସଫଳ ପରୀକ୍ଷଣ କରାଯାଇଛି । ଭାରତୀୟ ନୌସେନା ଏବଂ ଊଜଊଙ ପକ୍ଷରୁ ମିଳିତ ଭାବେ ବୁଧବାର ଏହି ପରୀକ୍ଷଣ କରାଯାଇଥିଲା ।

ଆକାଶରେ ଏକ ହେଲିକପ୍ଟରରୁ ଆଣ୍ଟି ସିପ୍ ମିଶାଇଲ( ଜାହାଜ ବିଧ୍ଵଂସକାରୀ କ୍ଷେପଣାସ୍ତ୍ର)କୁ ବଙ୍ଗୋପସାଗରର ଥିବା ଏକ ଟାର୍ଗେଟକୁ ନିକ୍ଷେପ କରାଯାଇଥିଲା । ଏହି ପରୀକ୍ଷଣ ସଫଳ ହୋଇଛି। ଭାରତୀୟ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହା ହେଉଛି ପ୍ରଥମ ଆଣ୍ଟି ସିପ୍ ମିଶାଇଲ ( ଜାହାଜ ବିଧ୍ଵଂସକାରୀ କ୍ଷେପଣାସ୍ତ୍ର)। ଊଜଊଙ ପକ୍ଷରୁ ଏହି ପରୀକ୍ଷଣ ସଫଳ ହୋଇଥିବା ସୂଚନା ଦିଆଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts