ମହାକାଶକୁ ଗଲା ବାୟୁସେନାର ‘ପାୱାର୍‌ ଇଞ୍ଜିନ୍‌’

ଭାରତୀୟ ମହାକାଶ ଗବେଷଣା ସଂସ୍ଥା, ଇସ୍ରୋ ଗୁରୁବାର ଅପରାହ୍ନ 4ଟା 10ରେ ଅତ୍ୟାଧୁନିକ ସାମରିକ ଉପଗ୍ରହ ଜି ସାଟ୍‌-୭ଏକୁ ମହାକାଶକୁ ସଫଳତାର ସହ ଉତ୍‌କ୍ଷେପଣ କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଥିବା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଜିଏସଏଲଭି-ଏଫ୧୧ ରକେଟ ମାଧ୍ୟମରେ ଏହାକୁ ଉତକ୍ଷେପଣ କରାଯାଇଛି ।

ଉପଗ୍ରହଟି ଇସ୍ରୋର ୩୫ତମ ଯୋଗାଯୋଗ ଉପଗ୍ରହ ହୋଇଥିବା ବେଳେ ଏହାକୁ ସ୍ବତନ୍ତ୍ର ଭାବେ ଭାରତୀୟ ବାୟୁସେନା ପାଇଁ ନିର୍ମାଣ କରାଯାଇଛି । ଏହାର ବିଶେଷତ୍ବ ହେଉଛି ଏହା ବାୟୁସେନାର ବିଭିନ୍ନ ବିମାନ ଘାଟି, ରାଡାର ଷ୍ଟେସନ ଓ ଏୟାରବର୍ନ ଆର୍ଲି ଓ୍ଵାର୍ଣ୍ଣିଂ ସିଷ୍ଟମ ସହିତ ଯୋଗାଯୋଗ ରକ୍ଷା କରିବ ।

ଏହା ବାୟୁସେନାର ଯୋଗାଯୋଗ କ୍ଷମତାକୁ ବୃଦ୍ଧି କରିବ ଓ ଯୁଦ୍ଧ ସମୟରେ ଏହା ବେଶ୍‌ ଉପଯୋଗୀ ହୋଇପାରିବ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହା ଭାରତର ଲଢୁଆ ଡ୍ରୋନ୍‌ ପରିଚାଳନାରେ ବେଶ ଉପଯୋଗୀ ହୋଇପାରିବ ।

ଭାରତ ଆମେରିକା ଓ ଇସ୍ରାଏଲ୍‌ଠାରୁ ଲଢୁଆ ଡ୍ରୋନ୍‌ କିଣୁଥିବାରୁ ସେଗୁଡିକର ପରିଚାଳନା ପାଇଁ ଅତ୍ୟାଧୁନିକ ଉପଗ୍ରହ ବ୍ୟବସ୍ଥାର ଆବଶ୍ୟକତା ରହିଛି । ଏହି ଆବଶ୍ୟକତାକୁ ଜିସାଟ-୭ଏ ପୂରଣ କରିବ । ଜିସାଟ୍-୭ଏର ଓଜନ ହେଉଛି ୨ ହଜାର ୨୫୦ କିଲୋଗ୍ରାମ । ଆଉ ଇସ୍ରୋର ଏହା ହେବ ୩୫ତମ କମ୍ୟୁନିକେସନ ସାଟେଲାଇଟ ।

Related Posts