ଖେରୁଆଲ ଶ୍ମଶାନରେ ନବ ଦାସଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଶେଷ ଯାତ୍ରାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଖେରୁଆଲ ଶ୍ମଶାନରେ ଆଉ କିଛି ସମୟ ପରେ ସରିବ ଶେଷକୃତ୍ୟ । ଶ୍ମଶାନରେ ଦିଆଯାଇଛି ଗାର୍ଡ ଅଫ୍ ଅନର । ଶେଷ ଦର୍ଶନ ପାଇଁ ଖେରୁଆଲ ଶ୍ମଶାନ ଲୋକାରଣ୍ୟ । ବିଧାୟକ, ମନ୍ତ୍ରୀ ଓ ବରିଷ୍ଠ ନେତାମାନେ ଶେଷଯାତ୍ରାରେ ସାମିଲ ଅଛନ୍ତି । ସମର୍ଥକମାନେ ନବ ଦାସ ଅମର ରହେ ନାରା ଦେଇଥିଲେ ।

ସମର୍ଥକଙ୍କ ଲୁହରେ ଭିଜିଛି ସମ୍ପୂର୍ଣ୍ଣ ଅଞ୍ଚଳ । ହଜାର ହଜାର ସମର୍ଥକ ଓ ଶୁଭେଚ୍ଛୁଙ୍କ ଉପସ୍ଥିତରେ ଦିଆଗଲା ରାଷ୍ଟ୍ରୀୟ ମର୍ଯ୍ୟାଦା । ଏହି ଅବସରରେ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀ ଉପସ୍ଥିତ ଅଛନ୍ତି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ 5ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଶେଷ ଯାତ୍ରାରେ ସାମିଲ ହୋଇଛନ୍ତି ।

Related Posts