ଗୁଜରାଟ ବିଧାନସଭା ନିର୍ବାଚନ: ପ୍ରଚାରର ଶେଷ ଦିନରେ କାନ୍ଦିଲେ ଏଆଇଏମଆଇଏମର ମୁଖ୍ୟ ଓଓ୍ଵେସି

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ କୁ ନେଇ ଦ୍ଵିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଶେଷ ହୋଇଛି । ଶନିବାର ସନ୍ଧ୍ୟା ୫ଟାରେ ପ୍ରଚାର ସରିଛି। ତେବେ ନିର୍ବାଚନ ପ୍ରଚାରର ଶେଷ ଦିନରେ ଅନେକ ହେବିୱେଟ ନିଜ ଦଳୀୟ କର୍ମୀଙ୍କ ପାଇଁ ଭୋଟ ମାଗିଥିଲେ, ଏଥିସହ ଜନସଭା କୁ ସମ୍ବୋଧିତ କରିଥିଲେ । ତେବେ ଏହାରି ମଧ୍ୟରେ ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦୀନ ଓଓ୍ଵେସି ଆଲ୍‌ହାଙ୍କ ନାମରେ ଭୋଟ୍ ମାଗୁଥିବା ଦେଖିବାକୁ ମିଳିଛି।

ଶନିବାର ଜମାଲପୁରରେ ଏକ ଜନସଭାକୁ ସମ୍ଵୋଧିତ କରିବା ସମୟରେ ଓଓ୍ଵେସି ଭାବବିହ୍ଵଳ ହୋଇ ପଡିଥିଲେ ଏବଂ ମଞ୍ଚରେ କାନ୍ଦି ପକାଇଥିଲେ। ଓଓ୍ଵେସି ଆଲ୍‌ହାଙ୍କୁ ପ୍ରାର୍ଥନା କରି ଭୋଟ୍ ମାଗି କହିଛନ୍ତି, ଏଆଇଏମଆଇଏମକୁ ଜିତାନ୍ତୁ ଯଦ୍ଵାରା ପୁନର୍ବାର କୌଣସି ବିଲକିସ୍ ବାନୋ ହେବେ ନାହିଁ। ଓଓ୍ଵେସିଙ୍କ ଭାବୁକ ଅପିଲ୍‌ର ଭିଡିଓ ସାମ୍ନାକୁ ଆସିଛି।

ଭିଡିଓରେ ଓଓ୍ଵେସି କହୁଛନ୍ତି, ଏ ଆଲ୍‌ହା ସାବିରଙ୍କୁ ବିଧାୟକ କରି ଦିଅନ୍ତୁ। ଯଦ୍ଵାରା ଆମକୁ ପୁନର୍ବାର କୌଣସି ବିଲକିସ୍ଙ୍କୁ ଯେମିତି ନଦେଖୁ।ଆଲ୍‌ହା ସାବିରଙ୍କୁ ସଫଳ କରନ୍ତୁ, ଯଦ୍ଵାରା ଆମେ ନିଜର ଝିଅଙ୍କୁ ଏହି ପରି ବିବଶ ଦେଖିବାକୁ ନପାଉ। ଗୁଜରାଟରେ ଡିସେମ୍ବର ୫ରେ ଦ୍ଵିତୀୟ ପର୍ଯ୍ୟାୟରେ ୯୩ ନିର୍ବାଚନୀ ମଣ୍ଡଳୀରେ ମତଦାନ ହେବ। ମଇଦାନରେ ଅଛନ୍ତି ୮୩୩ ପ୍ରାର୍ଥୀ। ଭୋଟ୍ ଗଣତି ଡିସେମ୍ବର ୮ରେ ରହିଛି। ଗୁଜରାଟ ବିଧାନସଭା ନିର୍ବାଚନରେ ଓଓ୍ଵେସିଙ୍କ ପାର୍ଟି ଏଆଇଏମଆଇଏମ ୧୩ଟି ଆସନରୁ ନିର୍ବାଚନ ଲଢୁଛି। ଅସଦୁଦ୍ଦିନ ଓଓ୍ଵେସି ନିର୍ବାଚନରେ ନିଜ ପ୍ରତିଦ୍ଵନ୍ଦ୍ଵୀଙ୍କୁ ଜିତାଇବା ପାଇଁ ଖୁବ୍ ପ୍ରଚାର କରିଛନ୍ତି ।

Related Posts